ଛଅ ବର୍ଷ ହେଲା ଗୋଦାମ ଗୃହ ରେ ତାଲା

ସମୟ ଲାଇଭ୍‍,୧୬/୧୧(ଦେବଜ୍ୟୋତି ମହାନ୍ତି): ନାଉଗାଁ ବ୍ଲକ ଅନ୍ତର୍ଗତ ଦାଣ୍ଡୁଆ ସାରେଇକୂଳ ଠାରେ ଥିବା ସାଧାରଣ ବଣ୍ଟନ ସାମଗ୍ରୀର ଗୋଦାମ ଗୃହଟି ୨୦୧୪ ମସିହାରୁ ବନ୍ଦ ରହିଛି. ୫୦ ଲକ୍ଷ ଉର୍ଦ୍ଧ୍ଵ ଟଙ୍କା ବ୍ୟୟରେ ନିର୍ମିତ ଏହି ଗୋଦାମ ଗୃହକୁ ନିର୍ଭର କରି ୧୫ ଜଣ ଶ୍ରମିକ ଙ୍କ ପରିବାର, ପ୍ରାୟ ୫୦ ରୁ ଉର୍ଦ୍ଧ ମାଲବାହୀ ଗାଡି, ୨ ଜଣ ଜଗୁଆଳୀ ପରିବାର ପ୍ରତିପୋଷଣ କରୁଥିଲେ. ୧୬ ପଞ୍ଚାୟତ ବିଶିଷ୍ଟ ନାଉଗାଁ ବ୍ଲକରେ ଏହି ଗୋଦାମଟି ବନ୍ଦ ହେବାପରେ ଏହି ଶ୍ରମିକ ମାନଙ୍କର ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି. ଦୁଇଓଳି ଆହାର ସଂଗ୍ରହ କରିବାକୁ ସମର୍ଥ ତାଙ୍କ ପାଖେ ନାହିଁ, ବ୍ଲକ ପ୍ରଶାସନ ସହ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଏହି ଗୋଦାମକୁ ପୁନ ଖୋଲିବା ନିମନ୍ତେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ଏ ପର୍ୟ୍ୟନ୍ତ ମିଳିପାରିନାହିଁ. ସୂଚନାଯୋଗ୍ୟ ଯେ ଜିଲ୍ଲା ଥିବା ୭ ଗୋଟି ବ୍ଲକରୁ ୬ ଗୋଟି ବ୍ଲକରେ ଗୋଦାମ ଚାଲୁଥିବା ବେଳେ ଏହି ନାଉଗାଁ ବ୍ଲକର ଗୋଦାମ ଗୃହଟିକୁ କଣ ପାଇଁ ବନ୍ଦ କରାଯାଇଛି ଓ ଏହା ଜିଲ୍ଲା ସଦରମହକୁମା ତରଡାପଡାକୁ ଉଠାଇ ଦିଆଯାଇଛି. ତୁରନ୍ତ ଏହା ପ୍ରତି ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ନାଉଗାଁରେ ଗୋଦାମ ଗୃହ ଖୋଲାଗଲେ ବେସାହାରା ଶ୍ରମିକ ପରିବାର ନିଯୁକ୍ତି ପାଇବା ସହ ନାଉଗାଁ ବ୍ଲକରେ ସାଧାରଣ ବଣ୍ଟନ ସାମଗ୍ରୀ ଉଚିତ୍ ସମୟରେ ପହଞ୍ଚି ପାରିବ.

Launching Ceremony of “AYUSHMAN BHARAT

Comments are closed.