ଆଜି ଗିରି ଗୋବର୍ଦ୍ଧନ ପୂଜା, ଜାଣନ୍ତୁ କ’ଣ ରହିଛି ପୂଜା

ସମୟ ଲାଇଭ,୨୮/୧୦: ଆଜି ଗରି ଗୋବର୍ଦ୍ଧନ ପୂଜା।ଏହି ପ୍ରଥମେ ବ୍ରଜରେ ଆରମ୍ଭ ହୋଇଥିଲେ ମଧ୍‍ୟ ବର୍ତ୍ତମାନ ସମୟରେ ଏହା ସାରା ଦେଶରେ ପୂଜା ହେଉଛି।
ପୁରାଣ ବର୍ଣ୍ଣନା ଅନୁଯାୟୀ, ବ୍ରଜବାସୀଙ୍କୁ ଇନ୍ଦ୍ରଙ୍କ ପ୍ରକୋପରୁ ଉଦ୍ଦାର କରିବା ପାଇଁ ଶ୍ରୀକୃଷ୍ଣ ତାଙ୍କ କାଣି ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତ ଟେକିଧରିଥିଲେ ଏବଂ ବ୍ରଜବାସୀ ଏହ÷ା ତଳେ ଆଶ୍ରୟ ନେଇଥିଲେ। ଏହପରଠାରୁ ବ୍ରଜବାସୀ ପ୍ରତିବର୍ଷ ଦୀପାବଳି ପରଦିନ ଗିରି ଗୋବର୍ଦ୍ଧନ ପୂଜା କରିଆସୁଛନ୍ତି।
ତେବେ ଏହି ପୂଜାର ସ୍ୱତନ୍ତ୍ର ବିଧି ରହିଛଇ। ଏହି ପୂଜା କରିବା ପାଇଁ ପ୍ରଥମେ ନିଜ ଅଗଣାକୁ ପରିଷ୍କାର କରନ୍ତୁ। ଗୋବରରେ ଏକ ଏକ ପର୍ବତ କରନ୍ତୁ। ପଞ୍ଚାମୃତ, ଫୁଲ, ଭୋ, ଧୂପ, ଦୀପ ଦେଇ ଏହି ପର୍ବତକୁ ପୂଜା କରନ୍ତୁ। ପରେ ଏହି ପର୍ବତ ଚାରିପଟେ ପରିକ୍ରମଣ କରି ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ନିଅନ୍ତୁ।
ତେବେ ଇନ୍ଦ୍ରଙ୍କ ପ୍ରକୋପରୁ ରକ୍ଷା ପାଇବା ପରେ ବ୍ରଜବାସୀ ଶ୍ରୀକୃଷ୍ଣଙ୍କୁ ଛପନ ଭୋ ଲଗାଇଥିଲେ। ତେଣୁ ଏହି ପୂଚା ବିଧି ପାଇଁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଛପନ ଭୋଗ ଲଗାଯାଇଥାଏ।

Launching Ceremony of “AYUSHMAN BHARAT

Comments are closed.