ଗିଙ୍ଗହମ୍‌ ପ୍ରିଣ୍ଟର କ୍ରେଜ୍‌

ଷ୍ଟାଇଲ୍‌ରେ ଆଣନ୍ତୁ ଗିଙ୍ଗହମ୍‌ ଟ୍ୱିଷ୍ଟ

ଯଦି ଆପଣ ଚେକ୍‌ ଷ୍ଟାଇଲ୍‌ରେ କିଛି ପିନ୍ଧିବାକୁ ଚାହୁଁଛନ୍ତି, ତାହେଲେ ଗିଙ୍ଗହମ୍‌ ପ୍ରିଣ୍ଟ୍‌କୁ ଚୟନ କରନ୍ତୁ । ଏହା କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ ହୋଇନଥାଏ । କୁହାଯାଏ ଯେ ଅଠର ଶହ ଶତାବ୍ଦୀରୁ ଏହି ପ୍ରିଣ୍ଟ୍‌ର ପ୍ରଚଳନ ଜାରି ରହିଛି । ସବୁ ସିଜିନ୍‌କୁ ସୁଟ୍‌ କରୁଥିବା ଗିଙ୍ଗହମ୍‌ ଷ୍ଟାଇଲ୍‌ ଯୁବକଯୁବତୀଙ୍କ ଟ୍ରେଣ୍ଡିଂ ଆଉଟ୍‌ଫିଟ୍‌ ପାଲଟିଛି ।

ଟୁ ପିସ୍‌ ଗିଙ୍ଗହମ୍‌ ଡ୍ରେସ୍‌
 ଗିଙ୍ଗହମ୍‌ ପ୍ରିଣ୍ଟର କ୍ରେଜ୍‌
ଆଜିକାଲି ଗିଙ୍ଗହମ୍‌ ପ୍ରିଣ୍ଟର ଟୁ-ପିସ୍‌ ଡ୍ରେସ୍‌କୁ ଯୁବତୀମାନେ ଅଧିକ ପସନ୍ଦ କରୁଛନ୍ତି । ଆଉଟିଂ ଲୁକ୍‌ ପାଇଁ ଏହା ପରଫେକଫ ଆଉଟଫିଟ୍‌ ହୋଇପାରିଛି । ଗ୍ଲାମର ଲୁକ୍‌ ପାଇଁ ଆସେସୋରିଜ ମଧ୍ୟରେ ହାଇହିଲ୍‌କୁ ସାମିଲ କରନ୍ତୁ । ଦେଖିବେ ସମସ୍ତଙ୍କଠୁ ଆପଣ ଭିନ୍ନ ଦେଖାଯିବେ ।

ଗିଙ୍ଗହମ୍‌ ପ୍ୟାଣ୍ଟ୍‌ କିମ୍ବା ଲେଗିନ୍‌ସ
 ଗିଙ୍ଗହମ୍‌ ପ୍ରିଣ୍ଟର କ୍ରେଜ୍‌
ଏହାକୁ ଆପଣ ଟି-ସାର୍ଟ, ଟପ୍‌ କିମ୍ବା କୁର୍ତ୍ତୀରେ ପେୟାର ଅପ୍‌ କରିପାରିବେ । ଶୀତଦିନିଆ ପୋଷାକ ଭାବେ ଉଲେନ୍‌ ଗିଙ୍ଗହମ୍‌ ଲେଗିନ୍ସ ପିନ୍ଧିପାରିବେ । ସ୍ମାର୍ଟ ଲୁକ୍‌ ପାଇଁ ଗିଙ୍ଗହମ୍‌ ଚେକ୍‌ର ସିଗାରେଟ୍‌ ପ୍ୟାଣ୍ଟ୍‌ ସହ ହ୍ୱାଇଟ୍‌ ଟି-ସାର୍ଟ ପିନ୍ଧନ୍ତୁ । ଏଥିରେ ବିଭିନ୍ନ ପ୍ରକାର ଆସେସୋରିଜ୍‌ ମଧ୍ୟ ଟ୍ରାଏ କରିପାରିବେ ।

ୱିଣ୍ଟର୍‌ ଜ୍ୟାକେଟ୍‌
 ଗିଙ୍ଗହମ୍‌ ପ୍ରିଣ୍ଟର କ୍ରେଜ୍‌
ଶୀତଦିନେ ନିଜ ଶରୀରକୁ କଭରଅପ୍‌ କରିବା ପାଇଁ ସମସ୍ତେ ଜ୍ୟାକେଟ୍‌ ପିନ୍ଧିବାକୁ ପସନ୍ଦ କରିଥାନ୍ତି । ଯଦି ଆପଣ ନିଜ ଲୁକ୍‌ରେ କିଛି ଟ୍ୱିଷ୍ଟ୍‌ ଆଣିବାକୁ ଚାହୁଁଛନ୍ତି, ତାହେଲେ ଗିଙ୍ଗହମ୍‌ ଜ୍ୟାକେଟ୍‌କୁ ଷ୍ଟାଇଲ୍‌ରେ ଆଣନ୍ତୁ । ଆପଣ ଏଥିମଧ୍ୟରୁ ହାଇ ନେକ୍‌ ମିଡିଅମ ଜ୍ୟାକେଟଠାରୁ ଆରମ୍ଭ କରି ଲଙ୍ଗ୍‌ କୋର୍ଟ ମଧ୍ୟ ପିନ୍ଧିପାରିବେ । ଯଦି ଆପଣ ଗିଙ୍ଗହମ୍‌ ଜ୍ୟାକେଟ୍‌ ଟ୍ରାଏ କରୁଛନ୍ତି, ତେବେ ପ୍ୟାଣ୍ଟ୍‌କୁ ସିମ୍ପଲ୍‌ ରଖନ୍ତି । ଏହି ଲୁକ୍‌ରେ ଫୁଟୱିୟର ଭାବେ ବୁଟ୍ସ ଭଲ ମାନିଥାଏ ।

ଗିଙ୍ଗହମ୍‌ ସ୍କର୍ଟ
 ଗିଙ୍ଗହମ୍‌ ପ୍ରିଣ୍ଟର କ୍ରେଜ୍‌
ଏପରି ସ୍କର୍ଟ ଦେଖିବାକୁ ସୁନ୍ଦର ଏବଂ ଟ୍ରେଣ୍ଡି ଲାଗେ । ଗିଙ୍ଗହମ୍‌ ଷ୍ଟାଇଲର ସ୍କର୍ଟକୁ ଆପଣ ସିମ୍ପଲ୍‌ ଟପ୍‌ରେ କ୍ୟାରି କରିପାରିବେ । ଅଫିସ ପାର୍ଟି କିମ୍ବା ଆଉଟିଂରେ ଏହି ଆଉଟଫିଟ୍‌ ପିନ୍ଧିପାରିବେ । ଏହା ଆପଣଙ୍କୁ ସିମ୍ପଲ୍‌ ଲୁକ୍‌ ପ୍ରଦାନ କରିବ ।

ଗିଙ୍ଗହମ୍‌ ସେ୍ୱଟର ଡ୍ରେସ୍‌
 ଗିଙ୍ଗହମ୍‌ ପ୍ରିଣ୍ଟର କ୍ରେଜ୍‌
ଥଣ୍ଡାଦିନେ ସେ୍ୱଟର ଡ୍ରେସ ପିନ୍ଧିବା ମହିଳାଙ୍କ ପ୍ରଥମ ପସନ୍ଦ । କାଜୁଆଲ ଲୁକ୍‌ ପାଇଁ ଆପଣ ମଧ୍ୟ ଥରେ ସେ୍ୱଟର ଡ୍ରେସ୍‌ରେ ଏହି ପ୍ରିଣ୍ଟ ବାଛନ୍ତୁ । ଧଳା, କଳା କିମ୍ବା ଲାଲ ସହ ଧଳା ପ୍ରିଣ୍ଟ୍‌ର ସେ୍ୱଟର ପିନ୍ଧନ୍ତୁ, ଦେଖିବେ ଆପଣଙ୍କ ସିମ୍ପଲ୍‌ ଲୁକ୍‌କୁ ଆହୁରି ଆକର୍ଷଣୀୟ କରିବ ।

ପ୍ରିଣ୍ଟ୍‌ ସହ ଗିଙ୍ଗହମ୍‌ ଷ୍ଟାଇଲ୍‌
 ଗିଙ୍ଗହମ୍‌ ପ୍ରିଣ୍ଟର କ୍ରେଜ୍‌
ଗିଙ୍ଗହମ୍‌ ପ୍ରଣ୍ଟ୍‌ ସହ ଅନ୍ୟ କିଛି ପ୍ରିଣ୍ଟ କିମ୍ବା ଫ୍ଲୋରାଲ୍‌ ପ୍ରିଣ୍ଟ୍‌ ଡ୍ରେସ୍‌ ଟ୍ରାଏ କରିପାରିବେ । ତେବେ ଏପରି ୟୁନିକ୍‌ ପ୍ରିଣ୍ଟ୍‌ କେବଳ ସମାନ କଲର୍‌ ଟୋନ୍‌ ଟୁପିସ୍‌ ସହ ଭଲ ମାନିଥାଏ । ଏହା ଆପଣଙ୍କୁ ବୋଲï ଷ୍ଟେଟ୍‌ମେଣ୍ଟ୍‌ ଲୁକ୍‌ ପ୍ରଦାନ କରିବ ।

ଗିଙ୍ଗହମ୍‌ ପ୍ରିଣ୍ଟେଡ୍‌ ସ୍କାର୍ଫ
 ଗିଙ୍ଗହମ୍‌ ପ୍ରିଣ୍ଟର କ୍ରେଜ୍‌
ଯଦି ଆପଣ ନିଜ ଆଉଟଫିଟ୍‌ରେ ଆସେସୋରିଜ୍‌ ଭାବେ ଗିଙ୍ଗହମ୍‌କୁ ଷ୍ଟାଇଲ କରିବାକୁ ଚାହୁଁଛନ୍ତି, ତାହେଲେ ଏହାର ପ୍ରିଣ୍ଟେଡ୍‌ ସ୍କାର୍ଫ ମଧ୍ୟ କ୍ୟାରି କରିପାରିବେ । ଟି-ସାର୍ଟରୁ ଆରମ୍ଭ କରି ଜ୍ୟାକେଟ୍‌ର ଲେୟାରିଂରେ ଗିଙ୍ଗହମ୍‌ ପ୍ରିଣ୍ଟ୍‌ ସ୍କାର୍ଫ ଚୟନ କରିପାରିବେ । କେବଳ ସେତିକି ନୁହେଁ ଆପଣ ସ୍କାର୍ଫକୁ ଭିନ୍ନ ଭିନ୍ନ ଉପାୟରେ କ୍ୟାରି କରି ନିଜ ଲୁକ୍‌କୁ ଖାସ୍‌ କରିପାରିବେ ।

Launching Ceremony of “AYUSHMAN BHARAT

Comments are closed.