ମନଜାଣି ଦିଅନ୍ତୁ ଦୀପାବଳି ଉପହାର

ଦୀପାବଳି ଆସିଲେ ଆରମ୍ଭ ହୋଇଥାଏ ଉପହାର ଦେବାର ପ୍ରଥା । ସମସ୍ତେ ନିଜନିଜର ପ୍ରିୟଜନଙ୍କ ପାଇଁ କିଛି ମନ ପସନ୍ଦର ଉପହାର କିଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥାଆନ୍ତି । ତେବେ ଏହି ସମୟରେ କଣ ଉପହାର ଦେବେ ସେନେଇ କେତେଜଣ ଦ୍ୱନ୍ଦରେ ଥାଆନ୍ତି । ଉପହାର ଚୟନ କରିବାରେ ସେମାନଙ୍କୁ ସମସ୍ୟା ହୋଇଥାଏ । ତେବେ ଆସନ୍ତୁ ପଢିବା ସେହିଭଳି କେତେକ ଉପହାର ସମ୍ଭନ୍ଧରେ ଯାହା ଆପଣ ନିଜ ପ୍ରିୟ ଜନଙ୍କୁ ବିନା ଦ୍ୱନ୍ଦରେ ଦେଇପାରିବେ ।
ଗହଣା-

ଯଦି ଆପଣ କେହି ମହିଳାଙ୍କୁ ଉପହାର ଦେବାକୁ ଚାହୁଁଛନ୍ତି, ତେବେ ତାଙ୍କ ପାଇଁ ଗହଣା ଉପଯୁକ୍ତ ଉପହାର । ତାଙ୍କ ବ୍ୟକ୍ତିତ୍ୱକୁ ଖାପ ଖୁଆଇଲା ଭଳି ସୁନ୍ଦର ଗହଣା ଉପହାରରେ ଦିଅନ୍ତୁ । ଏଥିରେ ନାକ, କାନ, ବେକ, ହାତ ଆଦିର ଜୁଏଲାରୀ ସାମିଲ ହୋଇପାରିବ । ସେହିଭଳି ଗହଣାର ସେଟ୍‌ ଆପଣ ଉପହାରରେ ଦେଇପାରିବେ ।
ସ୍କିନ୍‌ କେୟାର କିଟ୍‌-

ମନଜାଣି ଦିଅନ୍ତୁ ଦୀପାବଳି ଉପହାର
ସେହିଭଳି ମହିଳାଙ୍କର ଆଉ ଏକ ପସନ୍ଦ ନିଜ ତ୍ୱଚ୍ଚାର ଯତ୍ନ ନେବା । ତେଣୁ ସେମାନଙ୍କୁ ଆପଣ ସ୍କିନ୍‌ କେୟାରର ପୂରା କିଟ୍‌ ଉପହାରରେ ଦେଇପାରିବେ ।
ଏଥିରେ ସେମାନେ ଲଗାଉଥିବା ବ୍ରାଣ୍ଡ କିମ୍ବା ଆପଣଙ୍କ ପସନ୍ଦର କୌଣସି ବ୍ରାଣ୍ଡ ସାମିଲ କରିପାରିବେ ।
ପାରମ୍ପରିକ ଉପହାର-
ଝିଅ କିମ୍ବା ପୁଅ ସମସ୍ତଙ୍କୁ ପାରମ୍ପରିକ ଉପହାର ଦିଆଯାଇପାରିବ । ଏଥିରେ ଲକ୍ଷ୍ମୀ ମୂର୍ତ୍ତି, ଗଣେଶ ମୂର୍ତ୍ତି, ଲକ୍ଷ୍ମୀଙ୍କ ମୁହଁ ଥିବା କଏନ୍‌ ଆଦି ଦେଇପାରିବେ । ଏହା ଖୁବ ସୁନ୍ଦର ଲାଗିବା ସହିତ ଧର୍ମୀୟ ଭାବନା ମଧ୍ୟ ଜାଗ୍ରତ କରିଥାଏ ।
ହାତ ଘଣ୍ଟା-

ମନଜାଣି ଦିଅନ୍ତୁ ଦୀପାବଳି ଉପହାର

ଏହା ମଧ୍ୟ ସମସ୍ତଙ୍କୁ ଦେଇହେବ । ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ସ୍ମାର୍ଟୱାଚ୍‌ ମିଳୁଛି । ଘଣ୍ଟା ଏକ କ୍ଲାସି ଗିଫଫ ହେବାସହିତ ଜଣଙ୍କର ବ୍ୟବହାରରେ ମଧ୍ୟ ଆସିଥାଏ । ତେଣୁ ଏହାକୁ ମଧ୍ୟ ଆପଣ ଦୀପାବଳି ଉପହାରରେ ଦେଇପାରିବେ ।
ସାର୍ଟ ଓ ଅତର-

ମନଜାଣି ଦିଅନ୍ତୁ ଦୀପାବଳି ଉପହାର
ପୁଅ ପିଲାଙ୍କ ପାଇଁ ସାର୍ଟ ସହ ଅତର ଏକ ଭଲ କମ୍ବିନେସନ୍‌ । ଯଦି ଆପଣ କୌଣସି ପୁଅକୁ ଗିଫଫ ଦେବାକୁ ଚାହୁଁଛନ୍ତି, ତେବେ ଏକ ଭଲ ସାର୍ଟସହ ତାଙ୍କ ପସନ୍ଦର ଅତର ଦିଅନ୍ତୁ । ଏହା ସେମାନଙ୍କୁ ବେଶ୍‌ ପସନ୍ଦ ଆସିବ ।

ମିଠାରେ ମିଠାରେ ଦୀପାବଳି-

ମନଜାଣି ଦିଅନ୍ତୁ ଦୀପାବଳି ଉପହାର

ଦୀପାବଳିର ପାଳନ ବିନା ମିଠାରେ ଅସମ୍ଭବ । ତେବେ ଆଜିକାଲିର ବ୍ୟସ୍ତ ବହୂଳ ଜୀବନରେ ସମସ୍ତଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି । ଯେଉଁକାରଣରୁ ମନ ମାରି ରହିବାକୁ ପଡୁଛି । ତେବେ ଏଥର ଦୀପାବଳିରେ ଘରେ ବନାନ୍ତୁ କିଛି ଏଭଳି ମିଠା ଯାହାକୁ ସମସ୍ତେ ଖାଇପାରିବେ ।
ଗ୍ରିଲï ଆଲମଣ୍ଡ ବର୍ଫି-


ପ୍ରଥମେ ଖୁଆକୁ ଗୁଣ୍ଡ କରିନିଅନ୍ତୁ । ପ୍ୟାନ ବସାଇ ସେଥିରେ ଖୁଆ ପକାନ୍ତୁ । ଏଥିରେ ମିଠା ପାଇଁ ସୁଇଟ୍‌ନର ବ୍ୟବହାର କରନ୍ତୁ, ଯେଉଁଥିରେ ବିନା ଚିନିରେ ମିଠା ରହିଥାଏ । ଖୁଆରେ ସୁଇଟ୍‌ନର ପକାଇ ତିନିରୁ ଚାରି ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଏହାକୁ ବାହାରକରି ଆଣନ୍ତୁ । ଏଥିରେ ପରେ ଭଜା ପେସ୍ତାବାଦାମ ମିଶାନ୍ତୁ, ଉପରେ କିଛି ସୁଇଟ୍‌ନର ଛିଞ୍ଚନ୍ତୁ । ମିଶାଇବା ପରେ ଏହାକୁ ଓଭାନରେ ୨୦୦ସି ହିଟ୍‌ରେ ରଖନ୍ତୁ । ସୁଇଟ୍‌ନର ଅଳ୍ପ ତରଳିବା ପରେ ବର୍ଫିକୁ କାଢି ପରଷନ୍ତୁ ।

Govt

Comments are closed.