ଶ୍ରୀନଗର: କଂଗ୍ରେସରୁ ଇସ୍ତଫା ଦେବା ପରେ ନୂଆ ଗଠନ କଲେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । ଜମ୍ମୁରେ ବିରାଟ ରାଲି କରି ସେ ନିଜ ନୂଆ ଦଳର ନାଁ ‘ହିନ୍ଦୁସ୍ତାନୀ’ ବୋଲି ଘୋଷଣା କରିଛନ୍ତି । ଏହି ଦଳକୁ ସର୍ବ ଧର୍ମ ହିନ୍ଦୁ, ମୁସଲିମ, ଶିଖ ଓ ଖ୍ରୀଷ୍ଟିଆନ ସମସ୍ତେ ବୁଝି ପାରିବେ ବୋଲି ସେ କହିଛନ୍ତି । ସେ କହିଛନ୍ତି, ‘ଜମ୍ମୁ କଶ୍ମୀରର ଲୋକମାନେ ଯାହା ନିଷ୍ପତ୍ତି ନେବେ ତାହା ମୋ ଦଳର ନାମ ଏବଂ ପତାକା ହେବ । ମୁଁ ବର୍ତ୍ତମାନ ଦିଲ୍ଲୀରେ ବସି ଆପଣମାନଙ୍କ ପାଇଁ କୌଣସି ଆଦେଶ ଦେବି ନାହିଁ । ମୋ ପାଖକୁ ଅନେକ ନାମ ଆସିଥିଲା କେତେକରେ ଉର୍ଦ୍ଦୁ ଅଧିକ ଥିଲା ତ ଆଉ କେତେକରେ ସଂସ୍କୃତ ଅଧିକ ଥିଲା । ତେଣୁ ସର୍ବଧର୍ମକୁ ବୁଝାଇଲା ଭଳି ମୋ ନା ‘ହିନ୍ଦୁସ୍ତାନୀ’ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ଦଳର ଏଜେଣ୍ଡା ବିଷୟରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ମୋର ବିଧାନସଭାରେ ଲେଫଫନାଣ୍ଟ ଗଭର୍ଣ୍ଣର ନୁହେଁ ବରଂ ଜଣେ ଗଭର୍ଣ୍ଣର ରହିବେ । ମୋର ପ୍ରଥମ କାର୍ଯ୍ୟ ହେଉଛି ଜମି, ବାସସ୍ଥାନ ଏବଂ ଚାକିରୀ ପାଇଁ ସମ୍ପୂର୍ଣ୍ଣ ରାଜ୍ୟ ଅଧିକାରର ପୁନରୁଦ୍ଧାର । ଜମ୍ମୁ କଶ୍ମୀରରେ କେବଳ ଯୁବପିିଙ୍କୁ ହିଁ ନିଯୁକ୍ତୁ ମିଳୁ । ବାହାରୁ ଆସି କେହି ଜାମ୍ମୁ କାଶ୍ମୀରରେ ଚାକିରି ପାଇବା ଉଚିତ୍ ନୁହେଁ । କଶ୍ମୀର ଉପତ୍ୟକାରେ କଶ୍ମୀର ପଣ୍ଡିତମାନଙ୍କୁ ପୁନଃ ସ୍ଥାପିତ କରିବା ମଧ୍ୟ ମୋର ଏଜେଣ୍ଡାରେ ସାମିଲ ଅଛି ବୋଲି ଗୁଲାମ କହିଛନ୍ତି ।
ନିକଟରେ କଶ୍ମୀରରେ କଶ୍ମୀର ପଣ୍ଡିତଙ୍କୁ ଯେଉଁଭଳି ଭାବେ ଟାର୍ଗେଟ୍ କିଲିଂ କରାଯାଉଛି ତାହା ବନ୍ଦ ହେବା ଉଚିତ । ନୂଆ ରୋଜଗାରର ସୁଯୋଗ ସୃଷ୍ଟି କରିବା ଦରକାର । ଜମ୍ମୁକଶ୍ମୀରରେ ଅନେକ ପର୍ଯ୍ୟଟନ ସ୍ଥଳ ରହିଛି, କି;ୁ ସେଠାକୁ ଯିବା ପାଇଁ ରାସ୍ତା ନିର୍ମାଣର ଆବଶ୍ୟକତା ଅଛି ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି ।
କେବଳ ସେତିକି ନୁହେଁ ଏହି ରାଲିରେ ଗୁଲାମ ନବୀ ଆଜାଦ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି, କଂଗ୍ରେସକୁ ମୁଁ ରକ୍ତ ଦେଇଛି । କି;ୁ ମୋ ବଳିଦାନକୁ କଂଗ୍ରେସ ଭୁଲି ଯାଇଛି । କମ୍ପ୍ୟୁଟର୍ କିମ୍ବା ଟ୍ୱିଟରେ ନୁହେଁ ଆମ ଦ୍ୱାରା ଓ ଆମ ରକ୍ତରେ ତିଆରି ହୋଇଛି କଂଗ୍ରେସ । ଲୋକେ ଆମକୁ ବଦନାମ କରିବାକୁ ଚାହୁଁଛନ୍ତି କି;ୁ ସେମାନେ କେବଳ ଟ୍ୱିଟ୍ ଓ କମ୍ପ୍ୟୁଟରରେ ସୀମିତ । ଏହି କାରଣରୁ କଂଗ୍ରେସ ଆଜି ଆଗକୁ ବି ପାରୁ ନାହିଁ ବୋଲି ଗୁଲାମ ନବୀ କହିଛନ୍ତି ।
ଗୁଲାମ ନବୀ ଆଜାଦ ଅଗଷ୍ଟ ୨୬ରେ କଂଗ୍ରେସଠାରୁ ସମସ୍ତ ସମ୍ପର୍କ ତୁଟାଇ ଇସ୍ତଫା ଦେଇଥିଲେ । ଏଥିସହ କଂଗ୍ରେସ ଦଳର ଅବନତି ପାଇଁ ସେ ରାହୁଲ ଗାନ୍ଧିଙ୍କୁ ଦାୟୀ କରିଥିଲେ । ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ ଆଜି ଜମ୍ମୁରେ ତାଙ୍କର ପ୍ରଥମ ବଡ ରାଲି କରିଥିଲେ । ଏହି ରାଲିରେ ପ୍ରାୟ ୨୦,୦୦୦ରୁ ଅଧିକ ଜନସମାବେଶ ହୋଇଥିଲା । ଏଥିସହ କଂଗ୍ରେସରୁ ଇସ୍ତଫା ଦେଇଥିବା ଅନେକ ନେତାମାନେ ମଧ୍ୟ ଏହି ରାଲିରେ ଯୋଗ ଦେଇଥିଲେ ।
Comments are closed.