ଜମ୍ମୁ : ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଗଠନ କଲେ ନୂଆ ରାଜନୈତିକ ଦଳ। ତାଙ୍କ ଦଳର ନାମ ହେଉଛି ‘ଡେମୋକ୍ରାଟିକ୍ ଆଜାଦ ପାର୍ଟି’। ଜାମ୍ମୁରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ପରେ ସେ ଏହି ନାମ ଘୋଷଣା କରିଛନ୍ତି । ଏହା ସହିତ ଦଳର ପତାକା ମଧ୍ୟ ଉନ୍ମୋଚନ କରିଛନ୍ତି I ଏହି ପତାକା ତିନି ରଙ୍ଗରେ ରହିଛି I ଏଥିରେ ନୀଳ, ଧଳା ଏବଂ ହଳଦିଆ ରଙ୍ଗ ଅନ୍ତର୍ଭୁକ୍ତ I ପତାକା ବିଷୟରେ ଆଜାଦ କହିଛନ୍ତି, ସୋରିଷ ରଙ୍ଗ ପରି ହଳଦିଆ ବିଭିନ୍ନତା ମଧ୍ୟରେ ସୃଜନଶୀଳତା ଏବଂ ଏକତାକୁ ସୂଚିତ କରେ। ଧଳା ରଙ୍ଗ ଶାନ୍ତି ସୂଚାଏ ଏବଂ ନୀଳ ରଙ୍ଗ ସ୍ୱାଧୀନତା, ଖୋଲା ସ୍ଥାନ, କଳ୍ପନା ଏବଂ ସମୁଦ୍ରର ଗଭୀରତାଠାରୁ ଆକାଶର ଉଚ୍ଚତା ପର୍ଯ୍ୟନ୍ତ ସୀମାକୁ ସୂଚାଏ I ‘
କଂଗ୍ରେସ ଦଳ ରେ ମତଭେଦ କାରଣରୁ ଗତ ଅଗଷ୍ଟ ୨୬ ରେ ଆଜାଦ କଂଗ୍ରେସ ସହିତ ପାଞ୍ଚ ଦଶନ୍ଧିରୁ ଅଧିକ ପୁରୁଣା ସମ୍ପର୍କ ଛିନ୍ନ କରିଦେଇଥିଲେ। ଏହାପରେ ସେ ଖୁବ ଶୀଘ୍ର ନିଜର ନୂତନ ଦଳ ଗଠନ କରିବେ ବୋଲି ଘୋଷଣା କରିଥିଲେ I ସେ ତିନି ଦିନିଆ ଗସ୍ତରେ ରବିବାର ଦିନ ଜାମ୍ମୁ ଆସିଛନ୍ତି। ସେ ସେପ୍ଟେମ୍ବର ୨୭ ତାରିଖରେ ଏଠାରୁ ଦିଲ୍ଲୀ ଗସ୍ତରେ ଯିବେ Iଏହି ଅବସରରେ ଆଜି ଜମ୍ମୁରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଲେ, ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମ ନିକଟରେ ମୁଁ କୃତଜ୍ଞ। ଆମେ ସ୍ବାଧୀନ ଚିନ୍ତା ଓ ଆଦର୍ଶରେ ଅନୁପ୍ରାଣିତ ହେଉଥିବାରୁ ଏ ଦଳଟି ଗୋଟାଏ ଗଣତାନ୍ତ୍ରିକ ଦଳ ହେବ।
ସେ କହିଛନ୍ତି ଯେ ଦଳର ଆଦର୍ଶ ତାଙ୍କ ନାମ ପରି ହେବ ଏବଂ ସମସ୍ତ ଧର୍ମନିରପେକ୍ଷ ବ୍ୟକ୍ତି ଏଥିରେ ଯୋଗ ଦେଇ ପାରିବେ। ସେ ଦଳର ଏଜେଣ୍ଡା ସ୍ପଷ୍ଟ କରିସାରିଛନ୍ତି। ଏଥିସହ ଜମ୍ମୁ-କଶ୍ମରୀରୁ ପ୍ରତ୍ୟାହାର ହୋଇଥିବା ପୂର୍ଣ୍ଣ ରାଜ୍ୟ ମାନ୍ୟତାକୁ ସେ ପୁଣି ଫେରାଇ ଆଣିବା ଦିଗରେ କାମ କରିବେ ବୋଲି ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
Jammu | Ghulam Nabi Azad unveils the flag of his new 'Democratic Azad Party'
Says, "Mustard colour indicates creativity & unity in diversity, white indicates peace & blue indicates freedom, open space, imagination & limits from the depths of the ocean to the heights of the sky." pic.twitter.com/35CPshU3sL
— ANI (@ANI) September 26, 2022
ସେ କହିଛନ୍ତି ଉର୍ଦ୍ଦୁ ଓ ସଂସ୍କୃତ ଭାଷାରେ ମୋ ନୂଆ ଦଳ ନିମନ୍ତେ ପ୍ରାୟ ୧୫୦୦ ନାଁ ଆସିଥିଲା। ହିନ୍ଦୀ ଓ ଉର୍ଦ୍ଦୁର ମିଶ୍ରଣ ହେଉଛି ‘ହିନ୍ଦୁସ୍ତାନୀ’। ଆମେ ଚାହୁଁଥିଲୁ ନାଁଟି ଗଣତାନ୍ତ୍ରିକ, ଶାନ୍ତିପୂର୍ଣ୍ଣ ଏବଂ ସ୍ବାଧୀନ ହେଉ। ଏଥିପାଇଁ ଆମ ସଂଗଠନର ନାଁ ଡେମୋକ୍ରାଟିକ ଆଜାଦ ପାର୍ଟି ରହିଛି।”ଆମ ରାଜନୀତି ଜାତି ଅଥବା ଅଞ୍ଚଳଭିତ୍ତିକ ହେବନାହିଁ।
ମାର୍ଚ୍ଚ ୨୦୨୨ ରେ ଗୁଲାମ ନବୀ ଆଜାଦ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଠାରୁ ପଦ୍ମ ଭୂଷଣ ଗ୍ରହଣ କରିଥିଲେ। ୧୯୭୩ ମସିହାରେ ଗୁଲାମ ନବୀ ଆଜାଦ ଡୋଡା ଜିଲ୍ଲାର ଭାଲେସା ବ୍ଲକ କଂଗ୍ରେସ କମିଟିର ସଚିବ ଭାବରେ ରାଜନୀତି ଆରମ୍ଭ କରିଥିଲେ। ଏହା ପରେ ତାଙ୍କର ସକ୍ରିୟତା ଏବଂକାର୍ଯ୍ୟଶୈଳୀ ଦେଖି କଂଗ୍ରେସ ତାଙ୍କୁ ଯୁବ କଂଗ୍ରେସର ସଭାପତି ଭାବରେ ମନୋନୀତ କରିଥିଲା । ସେ ୧୯୮୦ ରେ ମହାରାଷ୍ଟ୍ରରୁ ପ୍ରଥମ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ। ୧୯୮୨ ମସିହାରେ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ଭାବରେ କ୍ୟାବିନେଟରେ ନିଯୁକ୍ତି ମିଳିଥିଲା । ଏହାପରେ ସେ ଡକ୍ଟର ମନମୋହନ ସିଂଙ୍କ ନେତୃତ୍ୱରେ ଦ୍ୱିତୀୟ ୟୁପିଏ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ଦାୟିତ୍। ଗ୍ରହଣ କରିଥିଲେ।

Comments are closed.