ନିଜ ଶରୀରର ଯତ୍ନ ନେବାକୁ କିଏ ଅବା ନ ଚାହେଁ ,ଖାସ୍ କରି ଝିଅ ମାନେ । ତେବେ ବେଳେବେଳେ ଆଣ୍ଠୁ ଓ କାନ୍ଧରେ ଘନ କଳାଦାଗ ଦେଖିବାକୁ ମିଳିଥାଏ । ବୟସ ବଢିବା ସହ ଏହି କଳାଦାଗର ଘନତ୍ୱ ମଧ୍ୟ ବଢିଥାଏ । ଯଥାସମ୍ଭବ ଚେଷ୍ଟା କରିବାପରେ ମଧ୍ୟ ଏହା ଭଲ ହୋଇନଥାଏ । ଏହି ସମସ୍ୟା ଆମ ଶରୀରେ ଅନେକ କାରଣରୁ ଦେଖିବାକୁ ମିଳିଥାଏ, ଯେପରି ପ୍ରଖର ସୂର୍ଯ୍ୟକିରଣ, ଶରୀରରେ ହର୍ମୋନାଲ ପରିବର୍ତ୍ତନ, କୌଣସି ଔଷଧର ପାଶ୍ୱର୍ପ୍ରତିକ୍ରିୟା ଆଦି । ଏହାକୁ ଡାକ୍ତର ପରାମର୍ଶର ଆବଶ୍ୟକତା ରହିଛି, ମାତ୍ର ଏଥି ନିମନ୍ତେ କିଛି ଘରୋଇ ଉପଚାର ମଧ୍ୟ ରହିଛି ଯାହାକୁ ଅନୁକରଣ କରିବା ଦ୍ୱାରା ଉପଶମ ମିଳିଥାଏ । ନଡିଆ ତେଲ ଆମ ଶରୀର ପକ୍ଷେ ଖୁବ ଲାଭଦାୟକ ହୋଇଥାଏ । କାରଣ ଏଥିରେ ଭିଟାମିନ ‘ଇ’ ଥାଏ । ଯାହା ତ୍ୱଚାରୁ କଳାଦାଗ ଦୂର କରିବାରେ ସାହାଯ୍ୟ କରିବାସହ ତ୍ୱଚାରେ ଚମକ ଆଣିଥାଏ । ତେବେ ଖାଲି ନଡିଆ ତେଲ ନଲଗାଇ ଏଥିରେ କିଛି ମିଶ୍ରଣ କରି ଲଗାଇବା ସହ ଉପଶମ ମିଳିଥାଏ ।
-ନଡିଆ ତେଲ ଓ କମଳା ଚୋପା
ନଡିଆ ତେଲରେ କମଳା ଚୋପା ମିଶାଇ କଳାଦାଗ ଥିବା ସ୍ଥାନରେ ଲଗାନ୍ତୁ । କିଛି ସମୟ ଭଲ ଭାବରେ ମସାଜ କରନ୍ତୁ । ଏହା ପରେ ୨ ମିନିଟ୍ ପାଇଁ ଛାଡି ଦେଇ ଭଲ ଭାବେ ଧୋଇ ନିଅନ୍ତୁ । ଏପରି ଗୋଟିଏ ସପ୍ତାହ କରନ୍ତୁ ଫରକ ନିଜେ ଜାଣିପାରିବେ ।
– ନଡିଆ ତେଲ ଓ ବାଦାମ ଚୋପା
ନଡିଆ ତେଲରେ ବାଦାମ ଚୋପାକୁ ଗଣ୍ଡକରି ମିଶାଇ ଲଗାଇବା ମଧ୍ୟ ଲାଭଦାୟକ ହୋଇଥାଏ । ଏହାକୁ ଆପଣ ବେକ, ଆଣ୍ଠୁ, ଗୋଇଠିରେ ଥିବା କଳାଦାଗ ସ୍ଥାନରେ ମାଲିସ୍ କରନ୍ତୁ । ଗୋଟିଏ ଦିନରେ ଏପରି ୩ ଥର କରନ୍ତୁ । ଗୋଟିଏ ସପ୍ତାହ ପରେ କଳାଦାଗ ଦୂରହେବାର ଦେଖିବାକୁ ମିଳିବ । ତେବେ ଏସବୁ ଘରୋଇ ଉପଚାର ସହିତ ଡାକ୍ତର ପରାମର୍ଶ ମଧ୍ୟ କରନ୍ତୁ ।

Comments are closed.