ବୌଦ୍ଧ: ମାଟି ତଳୁ ବାହାରୁଛି ପୁଳା ପୁଳା ରତ୍ନ ପଥର । ଯେତେ ଖୋଳିଲେ ସେତେ ବାହାରୁଛି । ବୋହି ନେଉଛନ୍ତି ଲୋକେ । ଏମିତି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଶଗଡା ପଞ୍ଚାୟତ ସରଧାପାଲି ଗାଁରେ ।

ସୂଚନା ଅନୁସାରେ, ଶ୍ରମିକମାନେ ବନ୍ଧ ଖୋଳିବା ବେଳେ ବାହାରି ଥିଲା କେଜି କେଜି ରତ୍ନ ପଥର । ଖବର ପ୍ରଚାରିତ ହେବା ମାତ୍ରେ ବନ୍ଧ କାମ ସ୍ଥାନରେ ଲୋକଙ୍କ ଭିଡ ଜମିଥିଲା । ଏପରିକି ବହୁ ଲୋକ ନିଜେ ନିଜେ ମାଟି ଖୋଳିବା ଆରମ୍ଭ କରି ଦେଇଥିଲେ । ସେମାନଙ୍କ ଭାଗ୍ୟରେ ମଧ୍ୟ ରତ୍ନ ପଥର ପଡିଥିଲା । ଯାହାକୁ ଲୋକେ ବୋହି ନେଉଥିବା ଦେଖିବାକୁ ମିଳିଥିବା । ଅନେକ ଲୋକ ବିଭିନ୍ନ ପ୍ରକାରର ରତ୍ନ ପଥର ପାଇ ଲକ୍ଷାଧିକ ଟଙ୍କାରେ ବିକ୍ରି କରି ଲାଭବାନ ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି ।

ଏହି ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଅଞ୍ଚଳରେ ୧୪୪ ଧାରା ଜାରି କରିଥିଲେ । ଏହାପରେ ସେଠାରେ ଫରେନସିକ ଟିମ ପହଞ୍ଚି ମାଟି ଓ ରତ୍ନ ପଥର ଯାଞ୍ଚ କରିଛନ୍ତି ।

Comments are closed.