ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ସମର୍ଥନ କଲେ ଡଚ୍‌ ସାଂସଦ

ଦିଲ୍ଲୀ: ଜୁନ୍‌ ୦୮: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ଏବେ ବିଦେଶରେ ଚର୍ଚ୍ଚା ହୋଇଛି । ତାଙ୍କ ମନ୍ତବ୍ୟକୁ କେତେକ ସମର୍ଥନ କରୁଥିଲା ବେଳେ କେତେକ ବିରୋଧ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଡଚ୍‌ର ଜଣେ ସାଂସଦ ନୂପୁରଙ୍କୁ ସମର୍ଥନ କରିବା ସହିତ ସମସ୍ତ ଭାରତୀୟ ତାଙ୍କ ମନ୍ତବ୍ୟକୁ ସମର୍ଥନ କରନ୍ତୁ ବୋଲି ସେ କହିଛନ୍ତି ।

ନେଦର୍ଲାଣ୍ଡର କଠୋର ଦକ୍ଷିଣପନ୍ଥୀ ନେତା ଗିର୍ଟ ୱାଇଲ୍‌ର୍ଡସ୍‌ ଆତଙ୍କବାଦୀମାନଙ୍କ ଆଗରେ ମଥାନତ ନ କରି ନୂପୁର ଶର୍ମାଙ୍କୁ ସମର୍ଥନ କରିଛନ୍ତି । ସେ ଟୁଇଟ୍‌ କରି କହିଛନ୍ତି, ବର୍ବରତାର ପ୍ରତିନିଧିିବ କରୁଥିବା ‘ଅଲ୍‌-କାଏଦା’ ଭଳି ଇସ୍‌ଲାମୀୟ ଆତଙ୍କବାଦୀମାନଙ୍କ ସମ୍ମୁଖରେ ମଥାନତ କର;ୁ ନାହିଁ । ସମଗ୍ର ଭାରତୀୟ ଏବେ ନୂପୁର ଶର୍ମାଙ୍କୁ ସମର୍ଥନ କରିବା ଉଚିତ । ଅନେକ ବର୍ଷ ପୂର୍ବେ ‘ଅଲ୍‌-କାଏଦା’ ଏବଂ ‘ତାଲିବାନ୍‌’ ମତେ ସେମାନଙ୍କ ‘ହିଟ୍‌ଲିଷ୍ଟ୍‌’ରେ ରଖିଥିଲେ । ଆତଙ୍କବାଦୀଙ୍କ ଆଗରେ ମଥାନତ କର;ୁ ନାହିଁ । କଦାପି ମଥାନତ କର;ୁ ନାହିଁ ।

ବିତର୍କରେ ମନ୍ତବ୍ୟ ଦେବା ବେଳେ ନୂପୁର ଶର୍ମା ସତକଥା କହିଛନ୍ତି ବୋଲି କହିବା ସହ ସେ ଇସ୍‌ଲାମୀୟ ଦେଶମାନଙ୍କର କ୍ରୋଧକୁ ହାସ୍ୟାସ୍ପଦ ବୋଲି କହିଛନ୍ତି ।
ଏହାଛଡ଼ା ଆଉ ଏକ ଟୁଇ୍‌ରେ ସେ କହିଛନ୍ତି, ତୁଷ୍ଟିକରଣ କଦାପି ଫଳପ୍ରଦ ହୁଏନାହିଁ । ଏହାଦ୍ୱାରା ପରିସ୍ଥିତି ଅଧିକ ବିଗିଡ଼ି ଯାଏ । ତେଣୁ, ହେ, ମୋର ପ୍ରିୟ ଭାରତୀୟ ବନ୍ଧୁଗଣ, ଇସ୍‌ଲାମୀୟ ଦେଶମାନଙ୍କୁ ଡର;ୁ ନାହିଁ । ସ୍ୱାଧୀନତା ପାଇଁ ସଂଗ୍ରାମ କର;ୁ ଏବଂ ଆପଣଙ୍କ ରାଜନେତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଗର୍ବିତ ଓ ବିଶ୍ୱସ୍ତ ହୁଅ;ୁ ।

ପ୍ରତିବାଦକାରୀ ଦେଶମାନଙ୍କୁ ଛଳନାକାରୀ କହି ସେ କହିଛନ୍ତି ଯେ, ସେମାନଙ୍କର ଗଣତନ୍ତ୍ର, ଆଇନର ଶାସନ ଅଥବା ସ୍ୱାଧୀନତା ନାହିଁ । ସେମାନେ ସଂଖ୍ୟଲଘୁମାନଙ୍କ ଉପରେ ଅତ୍ୟାଚାର କରିବା ସହିତ ମାନବ ଅଧିକାରକୁ ଏଭଳି ଅସମ୍ମାନ କରୁଛନ୍ତି ଯାହା ଅନ୍ୟ କେଉଁଠି କରାଯାଉନାହିଁ ।

ଅନ୍ୟପକ୍ଷରେ, ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ପରେ ନୂପୁରଙ୍କୁ ଭାରତୀୟ ହିନ୍ଦୁ ପରିଷଦ ସର୍ଥନ କରିଛି । ତେବେ ଏଆଏମଆଇଏମ ମୁଖ୍ୟ ଅସାଦ୍ଦୁଦ୍ଦିନ ଓେୱସୀ ତାଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ନୂପୁରଙ୍କ ବୟାନକୁ ନେଇ ଗଲଫ୍‌ ଦେଶମାନଙ୍କରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଯାହାକୁ ନେଇ ଅକଳରେ ପଡ଼ିଛି ଭାରତ । ଅନ୍ତର୍ଜାତୀସ୍ତରରେ ଭାରତର ଛବି ଖରାପ ହୋଇଛି । ଭାରତର ବୈଦେଶିକ ନୀତି ନଷ୍ଠ ହୋଇଛି । କେବଳ ନିଲମ୍ବିତ ନୁହେଁ ନୂପୁରଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି ।

ସୂଚନା ଥାଉଯେ, ଏକ ଟିଭି ଡିବେଟରେ ନୂପୁର ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଗତ ଶୁକ୍ରବାର କାନପୁରରେ ସାମ୍ପ୍ରଦାୟିକ ଗଣ୍ଡଗୋଳର ସୂତ୍ରପାତ ଘଟିଥିଲା । ନୂପୁର ଶର୍ମାଙ୍କ ବୟାନକୁ ବିରୋଧ କରି କାନପୁରର ଏକ ମୁସଲମାନ ସଙ୍ଗଠନ ବନ୍ଦ ଡାକରା ଦେବା ସହ ଦୁଇ ଗୋଷ୍ଠୀ ମଧ୍ୟରେ ଢେଲାପଥର ମାଡ଼ ହୋଇ ଥିଲା । ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ବିଜେପି ନୂପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରିଛି । ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ଦଳର ହାଇକକାଣ୍ଡ ନିଲମ୍ବିତ କରିଛନ୍ତି । ସେହିପରି ଦଳ ଦିଲ୍ଲୀ ବିଜେପିର ମିଡିଆ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ବହିଷ୍କାର କରାଯାଇଛି ।

Govt

Comments are closed.