ଗ୍ୟାସ ଟାଙ୍କି ଫାଟି ୧୦ ବଖରା ଭସ୍ମୀଭୂତ

ଗଂଜାମ : ଗ୍ୟାସ ଟାଙ୍କିଫାଟି ଜଳିଗଲା ୧୦ ବଖରା ଘର । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କମଳାପଦର ଗାଁରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ । ଆଜି ଭୋର ସମୟରେ ଘର ଭିତରେ କୌଣସି କାରଣରୁ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇଥିଲା । ଏଥିରେ ୪ଟି ପରିବାରର ୧୦ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଛି । ଘର ଭିତରେ ଆସବାବପତ୍ର ସହ ଅନେକ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ମାତ୍ର ସୌଭାଗ୍ୟ ବଶତଃ ଏଥିରେ କୌଣସି ଜୀବନହାନୀ ଘଟି ନଥିବା ସୂଚନା ମିଳିଛି ।

Launching Ceremony of “AYUSHMAN BHARAT

Comments are closed.