ଗ୍ୟାସ ସମସ୍ୟାରୁ ଏହି ଉପାୟରେ ପାଇପାରିବେ ମୁକ୍ତି

ସମୟ ଲାଇଭ୍‍୫/୧୧: ଆଜିକାଲି ଗ୍ୟାସଜନିତ ସମସ୍ୟା ପ୍ରାୟ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି। ଏହି ଗ୍ୟାସ ବା ଏସିଡ଼ିଟି ଦିନକୁଦିନ ଗଂଭୀର ସମସ୍ୟା ରୂପ ଧାରଣ କଲାଣି।ଗ୍ୟାସ୍‍ କାରଣରୁ ପେଟ, ଛାତି ଏବଂ ମୁଣ୍ଡରେ ଦରଜ ହବାରେ ଲାଗିଥାଏ। ଏହାକୁ ଆମେ ଅରଦେଖା କରିବା ଠିକ୍‍ ନୁହେଁ, କାରଣ ଆଜିକାଲି ଆମେ ଆମ ଶରୀର ପ୍ରତି ଏତେ ଦାୟିିତ୍ୱହୀନ ହୋଇଯାଉଛୁ କି ରୋଗ କମିବା ବଦଳରେ ବଢ଼ିବାରେ ଲାଗିଛି। ଏହିପରି ପରିସ୍ଥିତିରୁ ଉପଶମ ପାଇବା ପାଇଁ ଜାଣି ରଖନ୍ତୁ କେତୋଟି ଘରୋଇ ଟିପ୍ସ୍‍।

ଲେମ୍ବୁ ଏବଂ ଅଦା- ଲେମ୍ବୁରସ ଗୋଟେ ଚାମଚ ଏବଂ ଅଦା ରସ ଗୋଟେ ଚାମଚ ନିଅନ୍ତୁ ସେଥିରେ କଳାଲୁଣ କିଛିଟା ମିଶାଇ ତାହାକୁ ଖାଦ୍ୟ ଖାଇବା ପରେ ଖାଆନ୍ତୁ। ଏହାକୁ ଖାଇଲେ ପାଚନଶକ୍ତି ବଢ଼ିଥାଏ ଏବଂ ଗ୍ୟାସ୍‍ ସମସ୍ୟା ଦୂର ହୋଇଥାଏ

ଜୁଆଣୀ- ଜୁଆଣୀ ଗୁଣ୍ଡକୁ ଗରମ ପାଣି ସହ ମିଶାଇ ଖାଆନ୍ତୁ,ଏଥିରେ ଆପଣ ମାନଙ୍କର ଗ୍ୟାସ ସହିତ ବଦହଜମି ମଧ୍ୟ ଦୂରହେବ।


ମୂଳା- ମୂଳା ରସରେ କଳାଲୁଣ ଏବଂ କିଛିଟା ହେଙ୍ଗୁ ମିଶାଇ ପିଅନ୍ତୁ। ଏହା ସହ ବହୁ ପରିମାଣରେ ପାଣି ମଧ୍ୟ ପିଅନ୍ତୁ ଯେଉଁଥିିରେ କି ପେଟ ସଫାହେବ ଏବଂ ଗ୍ୟାସ ମଧ୍ୟ ହେବନାହିଁ।

ମେଥିଦାନା- ମେଥିଦାନା ସହ କିଛି ଗୁଡ଼ ମିଶାଇ ତାହାକୁ ଗରମ କରିଦିଅନ୍ତୁ ଏବଂ ତାହାକୁ ଛାଣି ପିଇଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କୁ ଗ୍ୟାସ୍‍ରୁ ମୁକ୍ତି ମିଳିବ। ଯେଉଁ ମାନଙ୍କ ଶରୀର ଦୁର୍ବଳ ଏବଂ ମୁଣ୍ଡବୁଲାଏ ସେମାନେ ମେଥିର ବ୍ୟବହାର କରନ୍ତୁ ନାହିଁ।

Launching Ceremony of “AYUSHMAN BHARAT

Comments are closed.