କମିଶନରେଟ୍‌ ପୁଲିସ ହାତରେ ଚୋରା ବନ୍ଧୁକ ବେପାରୀ ଗ୍ୟାଙ୍ଗ

ଭୁବନେଶ୍ୱର : କମିଶନରେଟ୍‌ ପୋଲିସକୁ ବଡ଼ ସଫଳତା । ଧରାପଡ଼ିଲେ ଚୋରା ବନ୍ଧୁକ ବେପାରୀ । ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀକୁ ସ୍ପେଶାଲ ସ୍କ୍ୱାର୍ଡ ପୁଲିସ ଗିରଫ କରିଛି । ଏହା ସହିତ ସେମାନଙ୍କ ନିକଟରୁ ୫ ଟି ବନ୍ଧୁକ ମଧ୍ୟ ଜବତ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୋମବାର କମିଶନରେଟ୍‌ ପୁଲିସ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ ନିକଟରୁ ୫ଟି ପିସ୍ତଲ ଜବତ ହୋଇଛି।
ସୂଚନାନୁସାରେ, କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ବୁଲି ବୁଲି ଏମାନେ ଚୋରା ବନ୍ଧୁକ ବେପାର କରୁଥିଲେ । ଏହାର ସୁରାକ ପାଇବା ପରେ କମିଶନରେଟ୍‌ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବନ୍ଧୁକ ଜବତ କରିବା ସହ ବେପାରୀଙ୍କୁ ଗିରଫ କରିଛି । ୨୦୧୪ ରୁ ଆକ୍ଟିଭ ଥିଲା ଏହି ଗ୍ୟାଙ୍ଗ । ଏମାନଙ୍କ ଭିତରୁ କେନ୍ଦ୍ରାପଡା ଓ ଖୋର୍ଦ୍ଧାରେ ହୋଇଥିବା ୨ଟି ହତ୍ୟାକାଣ୍ଡରେ ଥିଲେ ୱାଣ୍ଟେଡ । ଏମାନେ ବିହାରରୁ ବନ୍ଧୁକ ଆଣି ଓଡିଶାରେ ବିକ୍ରି କରୁଥିଲେ । ଏମାନେ କେନ୍ଦ୍ରାପଡା ଓ ଜଗତସିଂହପୁରରେ ମଧ୍ୟ ସକ୍ରିୟ ଥିଲେ। ବିଭିନ୍ନ ଅପରାଧୀଙ୍କ ସହ ମଧ୍ୟ ଜଡିତ ଥିବା ଜଣାପଡିଛି । ଏହି ମାମଲାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ରହିଛନ୍ତି ସେନେଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.