ଗାଜର ବିଟ୍‌ ଜୁସ୍‌

ଶୀତ ଦିନରେ ଚର୍ମ ଶୁଷ୍କ ହେବାକୁ ଲାଗେ । ଏହାକୁ ଦେଖି ବହୁ ଲୋକ ଦାମୀ ଲୋସନ ଏବଂ କସ୍‌ମେଟିକ ସାମଗ୍ରୀ କିଣି ବ୍ୟବହାର କରିଥାନ୍ତି । ତେବେ ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଖାଦ୍ୟ ପେୟ ଉପରେ ଧ୍ୟାନ ଦେବା ଜରୁରୀ । ଚର୍ମ ପାଇଁ ମୁଖ୍ୟତଃ ଗାଜର ଏବଂ ବିଟ୍‌ ଉପକାରୀ ହୋଇଥାଏ । ଏଣୁ ଏହି ଦୁଇଟି ପରିବାର ଜୁସ୍‌ ଶୀତ ଦିନରେ ଲାଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଜୁସ୍‌ ବିଷୟରେ-

ସାମଗ୍ରୀ – ଗୋଟିଏ ଗାଜର, ଗୋଟିଏ ବିଟ୍‌, ୮ ରୁ୧୦ଟି ଭୃସଙ୍ଗ ପତ୍ର , ଅଳ୍ପ ପରିମାଣ ଅଦା, ଏକ ଚାମଚ ଲେମ୍ବୁ ରସ, ଲୁଣ ସ୍ୱାଦ ଅନୁସାରେ ।
ପ୍ରଣାଳୀ – ପ୍ରଥମେ ଗାଜର, ବିଟ୍‌, ଅଦାକୁ ଛୋଟ ଛୋଟ କରି କାଟି ନିଅନ୍ତୁ । ବର୍ତ୍ତମାନ ଗ୍ରାଇଣ୍ଡରରେ ଗାଜର, ବିଟ୍‌, ଅଦା ଓ ଭୃସଙ୍ଗପତ୍ର ପକାଇ ରସ କରିି ନିଅନ୍ତୁ । ଏହି ଜୁସ୍‌କୁ ଗ୍ଲାସକୁ କାଢି ନିଅନ୍ତୁ । ବର୍ତ୍ତମାନ ଏଥିରେ ଲେମ୍ବୁ ରସ ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ ।

Govt

Comments are closed.