ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ଏହି କ୍ରମରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନାରେ ଗରିବ ଲୋକଙ୍କୁ ମିଳୁଥିବା ମାଗଣା ରାସନ ଆଉ ୫ ବର୍ଷ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନା ୨୦୨୪ ଜାନୁଆରୀ ପହିଲାରୁ ଲାଗୁ ହେବ । ଏହା ବ୍ୟତୀତ ମହିଳାମାନଙ୍କୁ ଡ୍ରୋନ ଉଡାଇବାର ଟ୍ରେନିଂ ଦିଆଯିବ । ଫଳରେ ମହିଳା ଚାଷୀମାନେ ଡ୍ରୋନ ସହାୟତାରେ ଜମିରେ ସାର ଓ ବିଷ ପକାଇପାରିବେ ।
ଟ୍ରେନିଂ ସରିବା ପରେ ଡ୍ରୋନ ଉଡାଉଥିବା ମହିଳାମାନଙ୍କୁ ମାସିକ ୧୫ ହଜାର ଓ ସହଯୋଗୀଙ୍କୁ ମାସିକ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ । ଏହି ଯୋଜନା ୨୦୨୬ ପର୍ଯ୍ୟନ୍ତ ଜାରି ରହିବ । ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୧୨୬୧ କୋଟି ଟଙ୍କା ଖର୍ଚ୍ଚ କରିବେ ।
Comments are closed.