ହୀରାକୁଦ ଡ୍ୟାମ୍‌ର ଖୋଲିଲା ୪ ଟି ଗେଟ୍

ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ ଟି ଗେଟ । ପୁର୍ଵରୁ ୧୬ ଟି ଗେଟ ଖୋଲଥିବା ଵେଳେ ଆଉ ୪ ଟି ଗେଟକୁ ମିଶାଇ ବର୍ତମାନ ବାମ ପଟରୁ ୧୩ ଟି ଓ ଡାହାଣ ପଟରୁ ୭ଟି ଗେଟ ଦେଇ ସର୍ବମୋଟ ୨୦ ଟି ଗେଟରେ ଜଳ ନିଷ୍କାସନ ଜାରି ରହିଛି । ବର୍ତମାନ ୬୨୯.୧୨ ଫୁଟ ଜଳସ୍ତର ରହିଛି । ଉପର ମୁଣ୍ତରୁ ସେକେଣ୍ତ ପ୍ରତି ୨ ଲକ୍ଷ ୭୩ ହଜାର ୭୦୩ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ସେକେଣ୍ତ ପ୍ରତି ୨ ଲକ୍ଷ ୯୨ ହଜାର ୯୬୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଗତ ୨୪ ଘଣ୍ଟାରେ ଜଳଭଣ୍ତାର ଉପର ମୁଣ୍ତରେ ୫୪.୧୮ ମିଲି ମିଟର ବର୍ଷା ରେକର୍ଡ ହୋଇଛି ।

ଜଳ ସଂପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ କହିଛନ୍ତି ଯେ ତଳମୁଣ୍ଡରେ ବର୍ଷା ନଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି । ଏଥିସହ କହିଛନ୍ତି, ଶୁକ୍ରବାର ମୁଣ୍ଡଳିରେ ସକାଳ ୮ ରୁ ୧୧ ଟା ମଧ୍ୟରେ ୬ ଲକ୍ଷ ଜଳ ପ୍ରବାହିତ ହେବ । ଫଳରେ ଶାଖା ନଦୀ ଗୁଡ଼ିକରେ ଜଳସ୍ତର ବଢିବ । କିନ୍ତୁ ବନ୍ୟା ସ୍ଥିତି ସୃଷ୍ଟି ହେବ ନାହିଁ । ଆଗକୁ ଥିବା ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶା ପ୍ରଭାବିତ ହେବ। ଦକ୍ଷିଣ ଓଡ଼ିଶା ଜିଲ୍ଲା ଗୁଡିକରେ ଥିବା ଜଳ ଭଣ୍ଡାର ଗୁଡିକରେ ଜଳ ସଂରକ୍ଷଣ ହୋଇ ରହିବ।

Launching Ceremony of “AYUSHMAN BHARAT

Comments are closed.