ଏମ୍ସ କର୍ମଚାରୀ ହତ୍ୟା ଘଟଣାରେ ୪ ଗିରଫ

0

ଭୁବନେଶ୍ୱର : ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆ ହତ୍ୟା ମାମଲାରେ କମିଶନରେଟ୍ ପୋଲିସକୁ ବଡ଼ ସଫଳତା ମିଳିଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ସୁକାନ୍ତ ପ୍ରଧାନ, ଶୁଭେନ୍ଦୁ ପ୍ରଧାନ, ରାକେଶ ଖୁଣ୍ଟିଆ ଓ ସୁବ୍ରତ ସାହୁ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ଜୋନ୍‌-୩ ଏସିପି ତାପସ ଚନ୍ଦ୍ର ପ୍ରଧାନ । ସୁଧାଂଶୁଙ୍କ କାକାଙ୍କ ପୁଅ ତଥା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶିବ ପ୍ରଧାନ ବର୍ତ୍ତମାନ ଯାଏଁ ଫେରାର ରହିଛି । ଜମିଜମା ବିବାଦକୁ ନେଇ ହତ୍ୟା କରାଯାଇଛି ।

ପୋଲିସ ସୂଚନା ମୁତାବକ, ଭୁବନେଶ୍ୱର ଉପକଣ୍ଠ ସରକନ୍ତରା ଗ୍ରାମରେ ସୁଧାଂଶୁଙ୍କ ଘର । ସେ ସୋମବାର ସକାଳୁ ଡ୍ୟୁଟି ଯିବା ଯିବାବେଳେ ଘର ଠାରୁ ଅଳ୍ପ ଦୂରରେ ଶିବ ଏବଂ ତାଙ୍କ ସହଯୋଗୀମାନେ ଗୁଳି କରିଥିଲେ । ପ୍ରଥମ ଗୁଳି ପରେ ସୁଧାଂଶୁ ଜୀବନ ବିକଳରେ ବାଇକ୍ ଛାଡ଼ି ବାଡ଼ି ପଛପଟକୁ ଦୌଡ଼ିଥିଲେ । ଅଭିଯୁକ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କରି ହତ୍ୟା କରିଥିଲେ । ଘର ଢିଓକୁ ନେଇ ସୁଧାଂଶୁଙ୍କ ବାପା ପଠାଣି ଏବଂ ଦାଦା ସୁକାନ୍ତଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହି ବିବାଦରେ କୋର୍ଟଙ୍କ ରାୟ ସୁଧାଂଶୁଙ୍କ ସପକ୍ଷରେ ଯାଇଥିଲା । ତେବେ ଏଥିରେ କ୍ରୋଧାନ୍ୱିତ ହୋଇ ସୁଧାଂଶୁଙ୍କ କକା ଏବଂ ତାଙ୍କ ପୁଅ ସୁଧାଂଶୁଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.