ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଦେବପ୍ରିୟ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦେବପ୍ରିୟ ମହାପାତ୍ରଙ୍କ କଟକ ରେ ପରଲୋକ I କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ଜଷ୍ଟିସ ଦେଵପ୍ରିୟ ଓଡ଼ିଶା ରାଜ୍ୟ ମାନବାଧିକାର କମିଶନର ପ୍ରଥମ ଅଧ୍ୟକ୍ଷ ଥିଲେ ଦେବପ୍ରିୟ।

୧୯୩୭ ମସିହା ଅଗଷ୍ଟ ୩ ତାରିଖରେ ଜଷ୍ଟିସ ଦେବପ୍ରିୟ ମହାପାତ୍ର ଜନ୍ମଗ୍ରହଣ କରିଥିଲେ। ୧୯୬୦ ମସିହାରୁ ସେ ଓଡ଼ିଶା ଉଚ୍ଚ ନ୍ୟାୟଳୟରେ ଓକିଲାତି କରିବା ପରେ ୧୯୯୩ରୁ ୧୯୯୬ ଯାଏ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଏହାପ‌ରେ ଜଷ୍ଟିସ ଦେବପ୍ରିୟ ମହାପାତ୍ର ୧୯୯୬ରେ ଆହ୍ଲାବାଦ ନ୍ୟାୟଳୟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟଭାର ତୁଲାଇଥିଲେ। ୧୯୯୮ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଅନେକ ମାନଗଣ୍ୟ ବ୍ୟକ୍ତି ଜଷ୍ଟିସ ଙ୍କ ମୃତ୍ୟୁ ରେ ଟ୍ୱିଟ କରି ଶୋକ ବ୍ୟକ୍ତ କରିଛନ୍ତି ।

 

Launching Ceremony of “AYUSHMAN BHARAT

Comments are closed.