ନୂଆଦିଲ୍ଲୀ :ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଫ ସ୍ପିନର ରୋସନାରା ପରଓ୍ବିନ କ୍ରିକେଟ ଜଗତରୁ ଅବସର ଗ୍ରହଣ କରିଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏସନ ତରଫରୁ ଏ ନେଇ ସୂଚନା ଦିଆଯାଇଛି। ରୋସନାରା ଭାରତୀୟ କ୍ରିକେଟ ଦଳରେ ପ୍ରତିନିଧିତ୍ଵ କରିବାରେ ୨ୟ ଓଡ଼ିଆ ଝିଅ। ସେ ଗୋଟିଏ ଅନ୍ତର୍ଜାତୀୟ ଦିନିକିଆ, ୩ଟି ଅନ୍ତର୍ଜାତୀୟ ଟି-୨୦ ଏବଂ ୧୩୦ଟି ସିନିଅର ଡୋମେଷ୍ଟିକ ମ୍ୟାଚ ଖେଳିଛନ୍ତି। ୨୦୧୦ରେ ସେ ତାଙ୍କ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ।
ବଲାଙ୍ଗୀର ଜିଲାର ରୋସନାରା ଓ୍ବେଷ୍ଟ ଇଣ୍ଡିଜ ବିପକ୍ଷରେ ୨୦୧୩ରେ ଏକମାତ୍ର ଦିନିକିଆ ଖେଳିଥିଲେ। ସେହିପରି ଶ୍ରୀଲଙ୍କା, ପାକିସ୍ତାନ ଏବଂ ଥାଇଲାଣ୍ଡ ବିପକ୍ଷରେ ୩ଟି ଟି-୨୦ ମ୍ୟାଚ ଖେଳିଛନ୍ତି।
