ଖାଦ୍ୟ ବିଷାକ୍ତ ଯୋଗୁଁ ପୂର୍ବତନମନ୍ତ୍ରୀ ପଦ୍ମିନୀ ଦିଆନ ଅସୁସ୍ଥ,ସମ୍ପର୍କୀୟଙ୍କ ମୃତ୍ୟୁ

0

କୋରାପୁଟ : ପୂର୍ବତନ ବିଜେଡି ମନ୍ତ୍ରୀ ପଦ୍ମିନୀ ଦିଆନ ଗୁରୁତର ଅସୁସ୍ଥ । ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ପଦ୍ମିନୀଙ୍କ ସହ ତାଙ୍କ ୪ ଜଣ ସମ୍ପର୍କୀୟ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ତୁରନ୍ତ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଅବସ୍ଥା ନସୁଧୁରିବାରୁ ପଦ୍ମିନୀଙ୍କ ସହିତ ତାଙ୍କ ସମ୍ପର୍କୀୟଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ତାଙ୍କ ନଣନ୍ଦ ପାର୍ବତୀ ମାଝୀ (୨୮)ଙ୍କର ମୃତ୍ୟୁ ଘଟିଥିବାବେଳେ ପଦ୍ମିନୀଙ୍କ ସହ ଅନ୍ୟ ସମ୍ପର୍କୀୟମାନେ ଚିକିତ୍ସିତ ହେଉଛନ୍ତି ।

ଘଟନାନୁସାରେ, କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍‌ ଢାମଣାହାଣ୍ଡି ଗ୍ରାମର ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଗତକାଲି ତାଙ୍କ ୪ ଜଣ ସମ୍ପର୍କୀୟଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ । ଭୋଜନରେ ଆମଟ (ବାଉଁଶ କରାଦିରୁ ତିଆରି ଆମ୍ବିଳ) ତରକାରୀ ଖାଇବା ପରେ ସମସ୍ତେ ଅସୁସ୍ଥ ହୋଇ ବାନ୍ତି କରିଥିଲେ । ପ୍ରଥମେ ପଦ୍ମିନୀ ବାନ୍ତି କରିବା ସହ ଆମଟ ଖାଇଥିବା ଅନ୍ୟମାନେ ବି ବାନ୍ତିକରି ଅସୁସ୍ଥ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ସେମାନଙ୍କୁ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ନସୁଧୁରିବାରୁ ଡାକ୍ତର ସେମାନଙ୍କୁ କୋରାପୁଟ ମେଡିକାଲ୍‌ କଲେଜ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ । ବାଟରେ ଅବସ୍ଥା ଗୁରୁତର ହେବାରୁ ଏଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପାର୍ବତୀଙ୍କ ମୃତ୍ୟୁ ହୋଇଯାଇଥିଲା । ପରେ ପଦ୍ମିନୀଙ୍କ ସହ, ଅନ୍ୟ ୩ ଜଣଙ୍କୁ କୋରାପୁଟ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ । ସେଠାରେ ସମସ୍ତଙ୍କ ଚିକିତ୍ସା ଚାଲୁଥିବାବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ପଦ୍ମିନୀ ଏବଂ ଅନ୍ୟଜଣେ ସମ୍ପର୍କୀୟଙ୍କ ଅବସ୍ଥାରେ ଉନ୍ନତି ଆସୁଥିବା ମେଡିକାଲ ସୂତ୍ରରୁ ଜଣାପଡିଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.