ଭୁବନେଶ୍ୱର : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଗିରଫ । ୧.୨୩ କୋଟି ଠକେଇ ଅଭିଯୋଗରେ ବାଲେଶ୍ବରରେ ଥିବା ପିଏନବି କାର୍ଯ୍ୟାଳୟର ପୂର୍ବତନ ମ୍ୟାନେଜର ବିନୟ ସୋନକରଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା। ତାଙ୍କୁ ଗତକାଲି ପଶ୍ଚିମବଙ୍ଗର ବର୍ଡଓ୍ବାନ ଗିରଫ କରାଯାଇଥିବା ବେଳେ ଆଜି ଓପିଆଇଡି ଆକ୍ଟ ଅନୁଯାୟୀ ତାଙ୍କୁ କୋର୍ଟରେ ହାଜର କରାଯିବ ।
ସୂଚନାନୁସାରେ, ୨୦୨୦ ଅଗଷ୍ଟ ୩୧ ରୁ ୪ ଜୁନ୍ ୨୦୨୨ ପର୍ଯ୍ୟନ୍ତ ବିନୟ ସୋନକରଙ୍କୁ ଜିଏସଏଡିରେ ନିଯୁକ୍ତ କରାଯାଇଥିଲା । ଏହି ସମୟରେ ବିଭିନ୍ନ ସରକାରୀ ଯୋଜନା ଅନ୍ତର୍ଗତ ଗରିବ ଲୋକଙ୍କ ପାଇଁ ଋଣ ଟଙ୍କାକୁ ହେରଫେର କରି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା ।

Comments are closed.