ମାଲକାନଗିରି : ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଜାମିନ । ଆଜି ଏସଡ଼ିଜେଏମ୍ କୋର୍ଟରେ ହାଜର ହୋଇ ଜାମିନରେ ଯାଇଛନ୍ତି ଜିଲ୍ଲାପାଳ । ୫୦ ହଜାର ଲେଖାଏ ଦୁଇଟି ମୁଚାଲିକାରେରେ ମାଲକାନାଗିରି ଏସଡିଜେଏମ୍ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ବ୍ୟକ୍ତିଗତ ସଚିବ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ତାଙ୍କୁ ଜାମିନ ମିଳିଥିବା ସୂଚନା ମିଳିଛି । ମୃତ ଦେବନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡାଙ୍କ ଦ୍ବାରା ଦାୟର ହୋଇଥିବା ମାମଲାରେ ଶୁଣାଣି କରି କୋର୍ଟ ଜାମନ ପ୍ରଦାନ କରିଛନ୍ତି ।
ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଆଜି ସକାଳୁ ସେ ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ। ଏହି କୋର୍ଟରେ ୫୦ ହଜାର ଟଙ୍କା ଲେଖାଏଁ ଦୁଇଟି ମୂଚାଲିକାରେ ଶ୍ରୀ ଅଗ୍ରୱାଲଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛି। ଏନେଇ ମନୀଷ ଅଗ୍ରୱାଲଙ୍କ ଓକିଲ ନୃସିଂହ ମହାନ୍ତି ସୂଚନା ଦେଇଛନ୍ତି ।
ସୂଚନାନୁସାରେ,୨୦୧୯ ମନୀଷ ଅଗ୍ରଓ୍ବାଲ ମାଲକାନଗିରିର ଜିଲ୍ଲାପାଳ ଥିବାବେଳେ ଡିସେମ୍ବର ୨୭ ରେ ତାଙ୍କ ବ୍ୟକ୍ତିଗତ ସଚିବ ଦେବନାରାୟଣ ପଣ୍ଡା ନିଖୋଜ ହୋଇଥିଲେ । ଏହାର ଦିନକ ପରେ ଡିସେମ୍ବର ୨୮ ତାଙ୍କ ମୃତଦେହ ମାଲକାନଗିରି ଉପଖଣ୍ଡ ସତୀଗୁଡା ଜଳ ଭଣ୍ଡାରରୁ ଦେବ ନାରାୟଣଙ୍କ ମୃତ ଦେହ ମିଳିଥିଲା । ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଦେବ ନାରାୟଣଙ୍କ ପତ୍ନୀ ବନଜା ପଣ୍ଡା ଅଭିଯୋଗ କରିଥିଲେ । ସ୍ବାମୀଙ୍କ ମୃତ୍ୟୁ ପାଇଁ ସେ ତତ୍କାଳୀନ ଜିଲ୍ଲାପାଳଙ୍କୁ ଦାୟୀ କରିଥିଲେ । ସ୍ୱାମୀଙ୍କୁ ନିର୍ଯ୍ୟାତନା ଦେଇ ହତ୍ୟା କରାଯାଇଥିବା ନେଇ ଜିଲ୍ଲାପାଳ ମନୀଷ କୁମାର ଓ ତାଙ୍କ କାର୍ଯ୍ୟାଳୟର ଅନ୍ୟ ତିନିଜଣ କର୍ମଚାରୀଙ୍କୁ ଦାୟୀ କରି ଥାନାରେ ଏତଲା ଦେଇଥିଲେ ପତ୍ନୀ । ତେବେ ପୋଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ମୃତକଙ୍କ ପରିବାର ଲୋକେ ମାଲକାନଗିରି ଏସଡିଜେଏମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ସମେତ ୪ ଜଣଙ୍କ ନାଁରେ ପୋଲିସ ହତ୍ୟା ମାମଲା ରୁଜୁ କରିଥିଲା ।
ଅନ୍ୟପଟେ ବନଜା ପଣ୍ଡାଙ୍କ ଆଇନଜୀବୀ ଗୋବିନ୍ଦ ପାତ୍ର ମନୀଷ ଅଗ୍ରୱାଲଙ୍କ ଗର୍ବ ଭାଙ୍ଗିଥିବା କହିଥିଲେ। ସେ ପ୍ରଶାସନିକ ଅଧିକାର ଥିବା ବେଳେ ଲୋକଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିଲେ ।ଏବେ ସେ ଜାଣିଲେ ଯେ ଆଇନ ସମସ୍ତଙ୍କ ପାଇଁ ସମାନ।

Comments are closed.