ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ଆଜି ଦିନ ୧ ଟାଏ ବେଳେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ରାମମୋହନ ଲୋହିଆ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ସତ୍ୟପାଲ ମଲ୍ଲିକ ୧୯୪୬ ଜୁଲାଇ ୨୪ରେ ଉତ୍ତରପ୍ରଦେଶର ବାଗପତରେ ଜନ୍ମଗ୍ରହଣ କରିଥିବା ମଲିକ ୨୦୧୮-୨୦୧୯ ମସିହାରେ ଜମ୍ମୁ-କାଶ୍ମୀର, ୨୦୧୯-୨୦୨୦ରେ ଗୋଆ ଏବଂ ୨୦୨୦-୨୦୨୨ ପର୍ଯ୍ୟନ୍ତ ମେଘାଳୟର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଜମ୍ମୁ-କାଶ୍ମୀର ରାଜ୍ୟପାଳ କାର୍ଯ୍ୟକାଳରେ ଅନୁଚ୍ଛେଦ ୩୭୦ ରଦ୍ଦ ହୋଇଥିଲା। ଏହା ସହ ସେ ୨୦୧୯ ପୁଲଓ୍ଵାମା ଆକ୍ରମଣ ସମୟରେ ଗୁଇନ୍ଦା ବିଫଳତା ଓ ସୁରକ୍ଷା ତ୍ରୁଟି ନେଇ ଗମ୍ଭୀର ଅଭିଯୋଗ ଉଠାଇଥିଲେ।