ହାତ ଛାଡ଼ି ପଦ୍ମ ଧରିଲେ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ

ବରଗଡ଼: ଆଜି ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ ବିଜେପିରେ ଯୋଗ ଦେଲେ । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବରଗଡ଼ ସାଂସଦ ସୁରେଶ ପୂଜାରୀ, କେନ୍ଦ୍ର ମନ୍ତ୍ରୀ ବିଶେ୍ୱଶ୍ୱର ଟୁଡୁ, ବିରୋଧୀଦଳର ନେତା ଜୟନାରାୟଣ ମିଶ୍ର ଏବଂ ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି ।

ଏହି ଅବସରରେ ପୂର୍ବତନ ସାଂସଦ ସଞ୍ଜୟ ଭୋଇ କହିଛନ୍ତି ଯେ ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ଇମେଲ ଯୋଗେ ପଠାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶେଳୀରେ ପ୍ରଭାବିତ ହୋଇ ସେ ବିଜେପିରେ ସାମିଲ ହୋଇଛନ୍ତି । କଂଗ୍ରେସରେ ଥାଇ ତାଙ୍କୁ କରିବା ଲାଗି ସୁଯୋଗ ମିଳୁ ନଥିଲା । ତେବେ ବିଜେଡି ତାଙ୍କ ସହ ଯୋଗାଯୋଗ କରି ନଥିବା କଥା ସେ ସ୍ପଷ୍ଟ କରିଛନ୍ତି । ସଞ୍ଜୟ ଭୋଇ କୁଲତା ସମାଜର ହୋଇଥିବା ହେତୁ ତାଙ୍କର ଯୋଗଦାନ ବିଜେପି ଭୋଟ ଉପରେ ପ୍ରଭାବ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି ।

ସଞ୍ଜୟ ଭୋଇ ୨୦୦୯ରୁ ୨୦୧୪ ଯାଏ ଲୋକସଭା ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ପ୍ରଖ୍ୟାତ ରାଜନେତା ତଥା ୪ ଥର ଲୋକସଭା ସଦସ୍ୟ କୃପାସିନ୍ଧୁ ଭୋଇଙ୍କ ସୁପୁତ୍ର । ପିତାଙ୍କ ବିୟୋଗ ପରେ ସେ ରାଜନୀତିରେ ସକ୍ରିୟ ହୋଇଥିଲେ । ତେବେ ସେ ୨୦୧୪ ଲୋକସଭା ନିର୍ବାଚନରେ ପରାଜୟ ବରଣ କରିଥିଲେ।

Govt

Comments are closed.