ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣା,ଜେରା ହେଲେ ୩ ବନ ବିଭାଗ ଅଧିକାରୀ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଜାରିଂ ହାଇଟେକ୍‌ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ଘଟଣା । ରାୟଗଡ଼ା ଡିଏଫ୍‌ଓ ଦେବେନ୍ଦ୍ର ବେହେରାଙ୍କ ସହିତ ଆଉ ୨ ବନ ଅଧିକାରୀଙ୍କୁ ଜେରା । ଶୁକ୍ରବାର ଭବାନୀପାଟଣା ପୁଲିସ୍‌ ନିକଟରେ ହାଜର ହୋଇଥିଲେ ଡ଼ିଏଫଓ ଦେବେନ୍ଦ୍ର ବେହେରା । ଥାନାରେ ତାଙ୍କୁ ଦୀର୍ଘ ୪ଘଣ୍ଟା ଧରି ଜେରା କରାଯାଇଛି । ଡ଼ିଏଫଓ ଙ୍କ ସହ ACF ରଜନିକାନ୍ତ ରାଉତରାୟ ଏବଂ ରାୟଗଡ଼ା ଏରିଆ ରେଞ୍ଜର ପ୍ରକାଶ ରଥଙ୍କୁ ବି ଜେରା କରିଥିଲା ପୋଲିସ। ୪ ଘଣ୍ଟା ଧରି ଭବାନୀପାଟଣା ପୋଲିସ ଭବାନୀପାଟଣା ଟାଉନ ପୁଲିସ ଥାନାରେ ତାଙ୍କୁ ଗୁଡାଇତୁଡାଇ ଦୀର୍ଘ ସମୟ ଜେରା କରିଥିଲା । ଆଜି ପୁଣି ଥରେ ଡ଼ିଏଫଓ ଦେବେନ୍ଦ୍ର ବେହେରାଙ୍କୁ ଜେରା କରାଯିବ ବୋଲି ସୂଚନା ରହିଛି ।

ସୂଚନାନୁସାରେ,ଗତ ସେପ୍ଟେମ୍ବର ୧୮ରେ ଫରେଷ୍ଟର ସଞ୍ଜୟ ନାୟକ ଭବାନୀପାଟଣାସ୍ଥିତ କ୍ୱାର୍ଟର୍ସରେ ଆତ୍ମହତ୍ୟା କରିଥିଲେ । ମୃତ୍ୟୁ ପୂର୍ବରୁ ସେ ଏକ ସୁଇସାଇଡ଼ ନୋଟ ଛାଡି ଯାଇଥିଲେ । ଡ଼ିଏଫଓ ଦେବେନ୍ଦ୍ର ବେହେରା ତାଙ୍କୁ ପିସି ମାଗି ମାତ୍ରାଧିକ ମାନସିକ ନିର୍ଯାତନା ଦେଉଥିବା ଉଲ୍ଲେଖ ଥିଲା । ଏନେଇ ଭବାନୀପାଟଣା ଥାନାରେ ଅଭିଯୋଗ କରିଥିଲେ ମୃତକ ସଞ୍ଜୟ ନାୟକଙ୍କ ପତ୍ନୀ ଏବିଂ ସଞ୍ଜଙ୍କ ଭାଇ ରବିନାରାୟଣ ନାୟକ । ତେବେ ଏହି ଘଟଣା ପରଠାରୁ ଡିଏଫ୍‌ଓ ଦେବେନ୍ଦ୍ର ବେହେରା ଛୁଟିରେ ଥିଲେ । ଗତ ସେପ୍ଟେମ୍ବର ୧୮ରୁ ୨୨ତାରିଖ ପର୍ଯ୍ୟନ୍ତ ଛୁଟିରେ ରହିବାକୁ ଦରଖାସ୍ତ ଦେଇଥିଲେ । ମାତ୍ର ଅକ୍ଟୋବର ୪ ସୁଦ୍ଧା ସେ କାର୍ଯ୍ୟରେ ଯୋଗଦେଇନାହାନ୍ତି । ଏହି ଘଟଣାର ବିଭାଗୀୟ ତଦନ୍ତ ଚାଲିଥିବାବେଳେ ତଦନ୍ତକାରୀ ଅଧିକାରୀ କଟକ ଫରେଷ୍ଟ ଟ୍ରେନିଂ ଏଣ୍ଡ୍‌ ଡେଭଲପ୍‌ମେଣ୍ଟ ସିସିଏଫ୍‌ ବିକାଶ ରଞ୍ଜନ ଦାଶଙ୍କୁ ସେ ଧରାଛୁଆଁ ଦେଇ ନ ଥିଲେ । ଫଳରେ ହାଇକୋର୍ଟ ତାଙ୍କର ଜାମିନ୍‌ ଖାରଜ କରି ଅକ୍ଟୋବର ୧୯ ସୁଦ୍ଧା କଳାହାଣ୍ଡି ପୁଲିସ୍‌ ନିକଟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ମୃତ ଫରେଷ୍ଟର ସଞ୍ଜୟଙ୍କ ସୁଇସାଇଡ୍‌ ନୋଟ୍‌କୁ ଭୁବନେଶ୍ୱର ଫରେନ୍ସିକ୍‌ ଲାବ୍‌କୁ ପଠାଯାଇଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି ।

Govt

Comments are closed.