ଏଫ.ଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,୨ ଅଭିଯୁକ୍ତଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ

କଟକ : ବହୁ ଚର୍ଚ୍ଚିତ ଏଫଏମ୍‌ କଲେଜ ଛାତ୍ରୀ ଆତ୍ମହୂତି ମାମଲା। ବାଲେଶ୍ୱର ଏସଡିଜେଏମ ଅଦାଲତରେ ବିଚାରଧୀନ ମାମଲାରେ ଅମିତ ସ୍ପନ୍ଦନ ବେହେରା ଓ ସୌରଭ ବେହେରାଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୃଥକ ଭାବେ ଉଭୟ ଆବେଦନ ଦାୟର କରିଥିଲେ। ଜଷ୍ଟିସ ଭି.ନରସିଂହ ଆବଦେନର ମିଳିତ ଶୁଣାଣି କରି ଦୁଇ ଆବେଦନକାରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ସେପ୍ଟେମ୍ବର ୧୬ ତାରିଖରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଉଭୟ ଆବେଦନକାରୀ ହାଜର ହେବେ। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଉଭୟଙ୍କୁ ଗିରଫ କରାଯିବ ନାହିଁ । ଏହାବ୍ୟତୀତ ଶୁଣାଣି ସମୟରେ ସରକାରଙ୍କ ତରଫରୁ କେସ୍‌ ଡାଏରି ଦାଖଲ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୨୦ରେ ମମାଲର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି କୋର୍ଟ।

Launching Ceremony of “AYUSHMAN BHARAT

Comments are closed.