ଆଜିକାଲି ପ୍ଲୋରାଲ ଡିଜାଇନ ସମସ୍ତଙ୍କ ପସନ୍ଦ । ସମର ସିଜନ ପାଇଁ ଏହା ଭଲ ବିକଳ୍ପ । ହେଲେ ଏବେ ଷ୍ଟାଇଲରେ ଟିକେ ପରିବର୍ତ୍ତନ କରାଇ ଫ୍ଲୋରାଲ ପ୍ୟାଣ୍ଟ୍ ଟ୍ରାଏ କରିପାରିବେ ।
-ଗୋଲାପି ଏବଂ ଲାଲ ରଙ୍ଗର ଫ୍ଲୋରାଲ ଚିତ୍ର ହୋଇଥିବା ବ୍ଲାଉଜ୍ ଏବଂ ପ୍ୟାଣ୍ଟ୍ ପିନ୍ଧିପାରିବେ । କପଡ଼ା ଯଦି ସିଫନର ହୁଏ ତାହେଲେ ଆପଣ ଗରମ ଦାଉରୁ ରକ୍ଷା ପାଇବା ସହ ଷ୍ଟାଇଲିସ୍ ଦେଖାଯିବେ ।

-ଧଳା ରଙ୍ଗର ଟ« ସହ ହାଇ େୱଷ୍ଟ ଫ୍ଲୋରାଲ ପ୍ୟାଣ୍ଟ୍ ପିନ୍ଧନ୍ତୁ । ଏଥିରେ କେଶକୁ କଲର୍ କରି ଖୋଲା କରି ଛାଡ଼ନ୍ତୁ । ଦେଖିବେ ଆପଣ ସମସ୍ତଙ୍କଠୁ ଭିନ୍ନ ଦେଖାଯିବେ ।
-ନାଇଟ୍ ଆଉଟଫିଟ୍ରେ ଆପଣ ଫ୍ଲୋରାଲ ଡ୍ରେସ୍କୁ ସାମିଲ କରିପାରିବେ । ମାର୍କେଟରେ କଟନର ଫ୍ଲୋରାଲ ପାଇଜାମା ସେଟ୍ ମିଳୁଛି । ଏହି ନାଇଟ୍ ଡ୍ରେସ୍ରେ ଆପଣ ଘରେ ମଧ୍ୟ ଷ୍ଟାଇଲିସ୍ ଲାଗିବେ ।

-ରଙ୍ଗୀନ ଜିୟୋମେଟ୍ରିକାଲ ପ୍ରିଣ୍ଟ୍ର ଡ୍ରେସ ସହ ଡେନିସ କୁଲୋଟ୍ସ ପିନ୍ଧିପାରିବେ । ଏହା ହାଇ େୱଷ୍ଟ ରହିଲେ ଭଲ ଲାଗିବ । ଏହି ଲୁକ୍ରେ ଆପଣ ବହୁତ ସିମ୍ପଲ୍ ଦେଖାଯିବା ସହ ଆରାମ ଅନୁଭବ କରିବେ ।

Comments are closed.