ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ – ରାଜସ୍ବମନ୍ତ୍ରୀ

ଭୁବନେଶ୍ୱର : ଲଗାତାର ୩ ଦିନ ଧରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ଉପୁଜିଛି ବନ୍ୟା ପରିସ୍ଥିତି । ସମ୍ଭାବ୍ୟ ବନ୍ୟାକୁ ନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ । ବୈଠକ ପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି,ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଆସନ୍ତା ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଉପରମୁଣ୍ଡରେ ବର୍ଷା କମିଥିବାବେଳେ ତଳ ମୁଣ୍ଡରେ ଝିପି ଝିପି ବର୍ଷା ହେଉଛି । ବୁଢାବଳଙ୍ଗ ଏବଂ ଜଳକା ଜଳସ୍ତର କମୁଛି । ବୁଢାବଳଙ୍ଗ ଏନ୍‌ଏଚ୍-୫ରେ ବିପଦ ସଙ୍କେତ ୮ ଦଶମିକ ୧୩ ଥିବା ବେଳେ ଏବେ ଜଳସ୍ତର ୭ ଦଶମିକ ୨୦ ରହିଛି । ସେହିପରି ଜଳକା ମଥାନୀଠାରେ ବିପଦ ସଙ୍କେତ ୬ ଦଶମିକ ୫୦ ଥିବା ବେଳେ ଏବେ ୬ ଦଶମିକ ୮୪ ମିଟର ଜଳସ୍ତର ରହିଛି । ସମୁଦ୍ର ଜଳସ୍ତର ସ୍ଥିର ରହିଛି । ତେବେ ସୁବର୍ଣ୍ଣରେଖା ଜଳସ୍ତର ବଢୁଛି । ଆଜି ଦିନ ୧୧ ଟା ସୁଦ୍ଧା ବିପଦ ସଂକେତ ଟପିଛି ସୁବର୍ଣ୍ଣରେଖା । ଫଳରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଓ ଜଳେଶ୍ୱରରେ କିଛି ସ୍ଥାନରେ ପାଣି ଜମିବ । ବର୍ଷା ପାଣି ସହ ଝାଡ଼ଖଣ୍ଡ ଡ୍ୟାମରୁ ପାଣି ଆସିବାରୁ ଜଳସ୍ତର ବଢିଛି । ଝାଡ଼ଖଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ଅଛୁ। କିଛି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ବ୍ୟାପକ ପରିମାଣରେ ପନିପରିବା ନଷ୍ଟ ହୋଇଛି । ଚିନ୍ତା କରନ୍ତୁ ନାହିଁ ପର୍ଯ୍ୟାପ୍ତ ପରିମାଣରେ କ୍ଷତିପୂରଣ ମିଳିବ । ପରିସ୍ଥିତି ସୁଧୁରୁଛି,ଧୀରେଧୀରେ ଜଳସ୍ତର କମିଯିବ । ତଳିଆ ଅଂଚଳରେ ଲୋକଙ୍କୁ ରିଲିଫ ସେଣ୍ଟରରେ ରଖାଯାଇଛି । SRC କଣ୍ଟ୍ରୋଲ ରୁମ ଯାଇ ସ୍ଥିତି ପରଖିଛନ୍ତି । ଆଗକୁ ଆଉ ଗୋଟିଏ ଲଘୁଚାପ ରହିଛି ,ତା’ଉପରେ ନଜର ରହିଛି । କଟକରୁ ୨ ଟି ଓଡ୍ରାଫ ଟିମ ବାଲେଶ୍ୱର ପଠାଯିବ । ଆଦୌ ଭୟଭୀତ ହେବାର ଆଶଙ୍କା ନାହିଁ ।

Govt

Comments are closed.