ହୀରାକୁଦ ପଟୁ ବନ୍ୟା ବିପଦ ଟଳିଛି : ସର୍ବୋଚ୍ଚ ଯନ୍ତ୍ରୀ ଜଳ ସମ୍ପଦ ବିଭାଗ

ଭୁବନେଶ୍ୱର: ସେପ୍‌ଟେମ୍ବର ୨୩ : ଆସନ୍ନ ବନ୍ୟାକୁ ଆଖି ଆଗରେ ରଖି ହୀରାକୁଦର ଗେଟ ଗୁଡ଼ିକ ନିୟମ ମୁତାବକ ଖୋଲା ଯାଉଛି । ଜଳସ୍ତରକୁ ଦେଖି ଇଞ୍ଜିନିୟରମାନେ ଗାଇଡଲାଇନ ମୁତାବକ ଗେଟ୍‌ ଖୋଲୁଛନ୍ତି ଏବଂ ବନ୍ଦ କରୁଛନ୍ତି । କେବେ ବି ୩ ରୁ ୪ ଘଣ୍ଟା ଭିତରେ ଗେଟ୍‌ ଖୋଲା ଯାଇ ବନ୍ଦ କରାଯାଉନି । ହୀରାକୁଦ ସ୍ଥିତି ବର୍ତ୍ତମାନ ଠିକ ଅଛି । ଉପର ମୁଣ୍ଡରେ ଏବେ ବର୍ଷା ନାହିଁ, କି;ୁ ପୂର୍ବାନୁମାନ ହୋଇଛି, ଏତେ ଆଗରୁ କିଛି କହି ହେବ ନାହିଁ । ତଳ ମୁଣ୍ଡରେ ବନ୍ୟାର ଆଶଙ୍କା ନାହିଁ । ହୀରାକୁଦ ପଟୁ ବନ୍ୟାର କୌଣସି ଆଶଙ୍କା ନାହିଁ । ବନ୍ଧ ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ଆମେ ସତର୍କ ଅଛୁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଜଳ ସମ୍ପଦ ବିଭାଗ କହିଛନ୍ତି ।

Comments are closed.