ଫ୍ଲାପର ଫ୍ୟାଶନ

ଗାଡି ହେଉ କିମ୍ବା ଫ୍ୟାଶନ ସବୁଥିରେ ବର୍ତ୍ତମାନ ଭିଣ୍ଟେଜ କଲେକ୍ସନର କ୍ରେଜ ବଢୁଛି । ବିଭିନ୍ନ ଫ୍ୟାଶନ ଶୋ’ରେ ବର୍ତ୍ତମାନ ଭିଣ୍ଟେଜ କଲେକସନ୍‌କୁ ରାମ୍ପରେ ପଦର୍ଶିତ କରାଯାଉଛି । ସେଥିରୁ ବର୍ତ୍ତମାନ ଟ୍ରେଣ୍ଡରେ ରହିଛି ଫ୍ଲାପର ଡ୍ରେସ୍‌ ।

flapper dress

ନିକଟରେ ନୁ୍ୟୟର୍କରେ ଆୟୋଜିତ ହୋଇଥିବା ସିଏଫ୍‌ଡିଏ ଆୱାର୍ଡ ଶୋ’ରେ ହଲିଉଡ ଅଭିନେତ୍ରୀ କେଟ୍‌ ହୋଲମେସଙ୍କୁ ନୁ୍ୟୟର୍କ ଡିଜାଇନର ଜୋନାଥନ୍‌ ସିମ୍‌ଖାଇଙ୍କର ଡିଜାଇନ୍‌ ଫ୍ଲାଫରରେ ଦେଖିବାକୁ ମିଳିଲା । ଯାହାପରେ ଏହି ଭିଣ୍ଟେଜ କଲେକସନ୍‌ ପୁଣି ଚର୍ଚ୍ଚାକୁ ଆସିଛି । ଯୁବତୀମାନେ ଏହାକୁ ପିନ୍ଧିବାକୁ ପସନ୍ଦ କରୁଛନ୍ତି ।

flapper dress
ହଲିଉଡ ଅଭିନେତ୍ରୀ କେଟ୍‌ ହୋଲମେସ ପିନ୍ଧିଥିବା ଡିଜାଇନର ଜୋନାଥନ୍‌ ସିମ୍‌ଖାଇଙ୍କ ଫ୍ଲାଫର ଡ୍ରେସ୍‌

୧୯୨୦ ମସିହାର ଏହି ଡ୍ରେସ ବର୍ତ୍ତମାନ ବିଂଶ ଶତାବ୍ଦୀର ଫ୍ୟାଶନ ପାଲଟିଛି । ଫ୍ଲାପର ଡ୍ରେସର ଫ୍ୟାଶନ ଦୁନିଆରେ ରହିଛି ଏକ ସ୍ୱତନ୍ତ୍ର ସ୍ଥାନ । ଇତିହାସରେ ମହିଳାଙ୍କୁ ଏହା ଫ୍ୟାଶନର ଏକ ନୂଆ ଦିଗ ଦେଇଥିଲା । ଏହାକୁ ପିନ୍ଧୁଥିବା ଯୁବତୀ ସେତେବେଳେ ସାଜୁଥିଲେ ସମସ୍ତଙ୍କ ଫ୍ୟାଶନ ଆଇକନ । ବର୍ତ୍ତମାନ ମଧ୍ୟ ସେହିଭଳି ଷ୍ଟାଇଲ ଷ୍ଟେଣ୍ଟମେଣ୍ଟ ଦେଉଛି ଏହି ଫ୍ଲାପର ଡ୍ରେସ । ଆସନ୍ତୁ ପଢିବା ସେହିଭଳି କିଛି ଫ୍ଲାପର ଡ୍ରେସ ସମ୍ପର୍କରେ ।

ନାଡିନ୍‌

flapper dress

ଫ୍ଲାପର ପସନ୍ଦ କରୁଥିବା ଯୁବତୀଙ୍କର ଫ୍ରିଞ୍ଜକୁ ନେଇ କ୍ରେଜ ରହିଥାଏ । ଫ୍ରିଞ୍ଜ କହିଲେ ଡ୍ରେସର ଶେଷ ଭାଗରେ ସୂତା ଗୁଛରେ ତିଆରି କରାଯାଇଥିବା ଡିଜାଇନ୍‌ । ତେବେ ନାଡିନ୍‌ ଫ୍ଲାପର ତାର ଫ୍ରିଞ୍ଜ ପାଇଁ ବେଶ୍‌ ପରିଚିତ । ଏଥିରେ ଥିବା ଫ୍ରିଞ୍ଜ ଏହାର ସୁନ୍ଦରତାକୁ ଆହୁରି ବଢାଇଥାଏ । ହାତ ଓ ଡ୍ରେସଟିର ଶେଷ ଭାଗରେ ଲାଗିଥିବା ଫ୍ରିଞ୍ଜ ଏହାକୁ ହଟକେ ଲୁକ ଦେଇଥାଏ । ଏହାକୁ ଆପଣ ବିଭିନ୍ନ ନାଇଟ୍‌ ପାର୍ଟିରେ ଟ୍ରାଏ କରିପାରିବେ, ଏହା ଆପଣଙ୍କୁ ଏକ ଫ୍ୟାଶନେବୁଲ ଲୁକ ଦେବ ।

ଏସିମେଟ୍ରିକାଲ ଫ୍ରିଞ୍ଜ

flapper dress

ଏହା ଆଉ ଏକ ଫ୍ଲାପର ଯାହା ଫ୍ରିଞ୍ଜର ଆଉ ଏକ ରୂପକୁ ଆପଣ ନିକଟରେ ପହଞ୍ଚାଇଥାଏ । ଏଥିରେ ଆପଣ ହାତରେ ଫ୍ରିଞ୍ଜ ପାଇବେ ନାହିଁ । ଏହାର ଫ୍ରିଞ୍ଜ ଡ୍ରେସର ଶେଷ ଭାଗରେ ଏସିମେଟ୍ରିକାଲ ଆକାରରେ ରହିଥାଏ । ଏଥିର ଏକ ସ୍କର୍ଟ ରହିଥାଏ ଯେଉଁଥିରେ ଫ୍ରିଞ୍ଜଥାଏ, ଯାହା ଏହି ଡ୍ରେସର ସୌନ୍ଦର୍ଯ୍ୟକୁ ବଢାଇଥାଏ । ଏଥିରେ ଆପଣ ଭିଣ୍ଟେଜ ଷ୍ଟାଇଲ ଜୁଏଲାରୀ ଓ ଗ୍ଲୋବସ ବ୍ୟବହାର କରି ନିଜକୁ ଏକ ଫ୍ୟାଶନେବୁଲ ଭିଣ୍ଟେଜ ଲୁକ ଦେଇପାରିବେ । ଏହାକୁ ବିଭିନ୍ନ ପାର୍ଟିରେ ପିନ୍ଧିପାରିବେ ।

ସେକ୍ୱିନ୍‌ ଫ୍ରିଞ୍ଜ ଡେଲ୍‌

flapper dress

ଫ୍ଲାପର ଫ୍ୟାଶନରେ ସେକ୍ୱିନ୍‌ ଡ୍ରେସର ଚାହିଦା ଟିକେ ଅଧିକ । ଏଥିରେ ଲାଗିଥିବା ସେକ୍ୱିନ୍‌ ବା ଗୋଲଗୋଲ ଚକଚକିଆ ପଦାର୍ଥ ଏହାର ସୁନ୍ଦରତାକୁ ଆହୁରି ବଢାଇଥାଏ । ଏହାକୁ ନାଇଟ୍‌ ପାର୍ଟିରେ ପିନ୍ଧି ପାର୍ଟିର ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜି ପାରିବେ । ଏହି ଡ୍ରେସଗୁଡିକରେ ହାତରେ ଫ୍ରିଞ୍ଜ ନଥାଏ, ଡ୍ରେସର ଶେଷ ଭାଗରେ ଥିବା ଫ୍ରିଞ୍ଜ ଏହାକୁ ଏକ ହଟକେ ଲୁକ ଦେଇଥାଏ । ଏଥିରେ ଆପଣ ମୋତିର ଗହଣା ପିନ୍ଧିପାରିବେ, ଯାହା ଏହାକୁ କଣ୍ଟ୍ରାଷ୍ଟ କରିବ । ଡାର୍କ ଲିପଷ୍ଟିକ ସହିତ ମୋତି ଗହଣା ଆପଣଙ୍କୁ ଏକ ବୋଲï ଭିଣ୍ଟେଜ ଲୁକ ଦେବ ।

ହେମିେଂୱ ପ୍ଲସ୍‌ ଫ୍ଲାପର ଡ୍ରେସ

flapper dress

ଯେଉଁମାନଙ୍କର ଓଜନ ଅଧିକ ସେମାନଙ୍କ ପାଇଁ ବେଳେବେଳେ ଫ୍ୟାଶନେବୁଲ ଡ୍ରେସ ମିଳିବା କଷ୍ଟକର ହୋଇପଡେ । ହେଲେ ଏହି ଫ୍ଲାପର କଲେକସନ୍‌ରେ ଏଭଳି ଡ୍ରେସ ରହିଛି ଯାହା ଏମାନଙ୍କ ପାଇଁ ମଧ୍ୟ ଫରେଫେକଫ । ହେମିେଂୱ ପ୍ଲସ୍‌ ଫ୍ଲାପର ସେମାନଙ୍କୁ ଫିଟ ହେବା ସହ ଏକ ଷ୍ଟାଇଲିସ୍‌ ଲୁକ ଦେଇଥାଏ ।

Govt

Comments are closed.