ନାବାଳିକାଙ୍କ ଗାଧୋଇବା ସମୟର ଭିଡିଓ ରେକର୍ଡିଂ କରି ଭାଇରାଲ , ୫ ଅଭିଯୁକ୍ତ ଗିରଫ

ଭବାନୀପାଟଣା/ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନାଞ୍ଚଳର ଜଣେ ନାବାଳିକାଙ୍କ ଗାଧୋଇବା ସମୟର ଭିଡିଓ ରେକର୍ଡିଂ କରି ଭାଇରାଲ କରିବା ଅଭିଯୋଗରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଲାଞ୍ଜିଗଡ଼ ପୋଲିସ ।

ପୋଲିସ ସୂଚନା ଅନୁସାରେ, ଲାଞ୍ଜିଗଡ଼ ଥାନାଞ୍ଚଳର ଜଣେ ନାବାଳିକା ଗାଧୋଉଥିବାବେଳେ ତାଙ୍କ ଘର ନିକଟରେ ଘରଭଡ଼ା ନେଇ ରହୁଥିବା ଗଞ୍ଜାମ ଜିଲ୍ଲା ଖଜୁରୀପଦର ଗାଁର ରଞ୍ଜିତ ଜାନୀ, ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ନିକଟସ୍ଥ ଦଣ୍ଡିସାହିର କୈଳାସ କୌଶଲ୍ୟା, ଅମ୍ବାଦଳାର ନିରାକାର ନିରଞ୍ଜନ ଗଉଡ଼ଙ୍କ ସମେତ ଲାଞ୍ଜିଗଡ଼ ଥାନା ବସନ୍ତପଡ଼ାର ମଧୁସୂଦନ ଗଉଡ଼ ଓ ଦିଲିପ ଗଉଡ଼ ଲୁଚିଛପି ଭିଡିଓ ଉତ୍ତୋଳନ କରିବା ସହ ମୋବାଇଲରୁ ମୋବାଇଲକୁ ଭାଇରାଲ କରିଥିଲେ । ଏପରିକି ନାବାଳିକାଙ୍କୁ ଭିଡିଓ ଦେଖାଇ ବ୍ଲାକମେଲ୍‌ କରିବାକୁ ଉଦ୍ୟମ କରୁଥିବାବେଳେ ଏ ସଂପର୍କରେ ନାବାଳିକାଙ୍କ ବାପା ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ଲାଞ୍ଜିଗଡ଼ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ଏଥିରେ ଅଭିଯୁକ୍ତ ପାଞ୍ଚଜଣଙ୍କୁ ଗିରଫ କରିବା ସହ ଆଜି କୋର୍ଟଚାଲାଣ କରାଯାଇଛି । ଏନେଇ ଲାଞ୍ଜିଗଡ଼ ଥାନାରେ କେସ୍‌ ନଂ ୩୪/୨୦୨୨ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଛନ୍ତି ।

Govt

Comments are closed.