ଭୁଲ ଇଞ୍ଜେକ୍ସନ ଜନିତ ମୃତ୍ୟୁ ଘଟଣା,ତଦନ୍ତ କରିବେ ୫ ଜଣିଆ ଟିମ

କୋରାପୁଟ : ସହିଦ ଲକ୍ଷ୍ମଣ ନାଏକ ହସ୍ପିଟାଲରେ ଅଘଟଣ । ନର୍ସଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ୬ ଜଣ ରୋଗୀଙ୍କ ମୃତ୍ୟୁ ଘଟଣା । ତଦନ୍ତ ପାଇଁ ପାଞ୍ଚ ଜଣିଆ ଟିମ ଗଠନ କଲେ DMET (Directorate of Medical Education And Training) । ଏହି ଟିମରେ ବ୍ରହ୍ମପୁର ଏମକେସିଜିରୁ ତିନି ଜଣ ଓ କଟକ ଏସସିବିରୁ ଦୁଇ ଜଣ ଡାକ୍ତର ରହିଛନ୍ତି । ତଦନ୍ତ କରି ଆସନ୍ତା କାଲି ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି । ଏମାନେ ସହିଦ ଲଷ୍ମଣ ନାୟକ ମେଡିକାଲ କଲେଜ ଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ । ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଟିମ୍ ସେଠାରେ ପହଞ୍ଚି ନିଷ୍ପତ୍ତି ନେବେ ବୋଲି କହିଛନ୍ତି DMET ନିର୍ଦ୍ଦେଶକ ସନ୍ତୋଷ ମିଶ୍ର । ତେବେ ହସ୍ପିଟାଲ ଡାକ୍ତର କହୁଛନ୍ତି ଯେ ସେଠାରେ ରୋଗୀଙ୍କୁ କିଛି ଅଲଗା ଇଞ୍ଜେକସନ ଦିଆଯାଇନି ।

ସୂଚନାନୁସାରେ,ଗତ ରାତିରେ କୋରାପୁଟ ଜିଲ୍ଲା ସହିଦ ଲକ୍ଷ୍ମଣ ନାଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୫ ରୋଗୀଙ୍କର ମୃତ୍ୟୁ ଘଟିଥିବାବେଳେ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ୩ ଜଣ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୩ ଜଣ ସର୍ଜରୀ ୱାର୍ଡରେ ଚିକିତ୍ସିତ ହେଉଥିଲେ । ନର୍ସଙ୍କ ଭୂଲ୍ ଇଞ୍ଜେକସନ ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ମୃତକ ହେଲେ ସେମିଳିଗୁଡା ଜଗମଗୁଡାର ଶୁକ୍ରା ମାଝୀ, ଆମ୍ବାଗୁଡା ମିନଗୁଡ଼ାର ରୁକ୍ମି ପେଣ୍ଟିଆ, କଳାହାଣ୍ଡି କକସରାର ଫୁଲମତି ମାଝୀ, ବୋରିଗୁମ୍ମା ବଡ଼ପିଣ୍ଡା ପଦର‌ର ଭଗବାନ ପରଜା, କୋରାପୁଟ ମାଛରାର ବତି ଖରା । ଅନ୍ୟପଟେ ୪ ମୃତକଙ୍କ ପରିବାରକୁ ହସ୍ପିଟାଲ ପକ୍ଷରୁ ୧୦ ହଜାର ଲେଖାଏଁ ପ୍ରଦାନ କରାଯାଇଛି ।

Govt

Comments are closed.