ଆଗାମୀ ୩/୪ ମାସ ମଧ୍ୟରେ ୫ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା – ମନମୋହନ ସାମଲ

ଭୁବନେଶ୍ୱର : ରାଜ୍ୟରେ ଚିଟଫଣ୍ଡ କ୍ଷତିଗ୍ରସ୍ତମାନେ ଖୁବଶୀଘ୍ର ସେମାନଙ୍କ ଟଙ୍କା ଫେରିପାଇବେ । ନିର୍ବାଚନ ଇସ୍ତାହାର ପ୍ରତିଶୃତି ଅନୁସାରେ କ୍ଷତିଗ୍ରସ୍ତକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ । ଆଗାମୀ ୩/୪ମାସ ମଧ୍ୟରେ ଟଙ୍କା ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଆଜି ପ୍ରେସମିଟରେ ସଭାପତି କହିଛନ୍ତି କ୍ଷୁଦ୍ର ଜମାକାରୀ ହୁଅନ୍ତୁ କିମ୍ବା ବଡ ଜମାକାରୀ ସମସ୍ତଙ୍କୁ ଟଙ୍କା ମିଳିବ । ମନରେ କୌଣସି ଦ୍ୱନ୍ଦ୍ୱ ରହିବା ଉଚିତ୍‍ ନୁହେଁ, ସମସ୍ତ କ୍ଷତିଗ୍ରସ୍ତ ଟଙ୍କା ପାଇବେ । ସେ ୧୦ ହଜାର ହେଉ କିମ୍ବା ୧୦ଲକ୍ଷ ସମସ୍ତେ ଟଙ୍କା ଫେରସ୍ତ ପାଇବେ । ବର୍ଷେ ଭିତରେ ୧ଲକ୍ଷ ୨୬ହଜାର ୧୩୭ଯୋଗ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହୋଇଛି । ୩/୪ ମାସରେ ୫ଲକ୍ଷ ଯୋଗ୍ୟ ଜମାକରୀଙ୍କୁ ଟଙ୍କା ଫେରସ୍ତ କରାଯିବ । ତାଲିକା ସଂପୂର୍ଣ୍ଣ ହୋଇଛି, ସେହି ଅନୁସାରେ ଟଙ୍କା ଫେରସ୍ତ କରାଯିବ । ଏହା ଏକ ନିୟମିତ ପ୍ରକ୍ରିୟା, ଆଉ ତାଲିକା ଆସିଲେ ପର୍ଯ୍ୟାୟ କ୍ରମେ ଟଙ୍କା ଦିଆଯିବ ବୋଲି ମନମୋହନ କହିଛନ୍ତି ।

ସେ କହିଛନ୍ତି ବିଗତ ସରକାରରେ ୧୫ ବର୍ଷ ଭିତରେ ୧୭୪ ଚିଟ୍‌ଫଣ୍ଡ କମ୍ପାନି ଓଡ଼ିଶାର ସାଧାରଣ ଲୋକଙ୍କ କଷ୍ଟ ଅର୍ଜିତ ଟଙ୍କା ଲୁଟ୍ କରିବାରେ ଲାଗିଥିଲେ । ବିଜେଡ଼ିର ଅନେକ ନେତା, ମନ୍ତ୍ରୀ ଏଥିପାଇଁ ଦଣ୍ଡିତ ହୋଇ ବର୍ଷ ବର୍ଷ ଜେଲ୍ ମଧ୍ୟ ଯାଇଛନ୍ତି । ପ୍ରାୟୋଜିତ ଚିଟ୍‌ଫଣ୍ଡ କାରଣରୁ ଲକ୍ଷ ଲକ୍ଷ ଲୋକ ଅନିଶ୍ଚିତତା ଭିତରେ ଦିନ କାଟୁଥିଲେ । ଓଡ଼ିଶାର ଲକ୍ଷାଧିକ ଲୋକଙ୍କ ବିଶ୍ବସନୀୟତା ସରକାରଙ୍କ ଉପରେ କମିଯାଇଥିଲା । ପ୍ରଥମେ କର୍ପୋସ୍ ଫଣ୍ଡ ପରେ କମିଶନ ଗଠନ କଲେ ହେଲେ ତାଙ୍କ ପ୍ରାପ୍ୟ ଫେରାଇ ପାରିଲେନି । ଆମେ ସରକାରକୁ ଆସିବା ପରେ ସଙ୍କଳ୍ପ ପତ୍ରରେ ନିଷ୍ପତ୍ତି ନେଇଥିଲୁ । ବିଭିନ୍ନ ସେକ୍ଟରରୁ ତଥ୍ୟ ଆଣି ୩ ରୁ ୪ ମାସ ଭିତରେ ୫ ଲକ୍ଷ ଜମାକାରୀଙ୍କୁ ଟଙ୍କା ଫେରାଇବୁ । ଛୋଟ ଜମାକାରୀ ଓ ବଡ଼ ଜମାକାରୀ ସମସ୍ତେ ଟଙ୍କା ପାଇବେ ବୋଲି କହିଛନ୍ତି ମନମୋହନ ସାମଲ ।

Govt

Comments are closed.