ମୁମ୍ବାଇ: ଜୁଲାଇ ୦୮: ବଲିଉଡର ମୋଷ୍ଟ ହ୍ୟାଣ୍ଡସମ୍ ଅଭିନେତା ରଣବୀର କପୁର । ଦୀର୍ଘ ସମୟ ପରେ ସେ ହିନ୍ଦୀ ଫିଲ୍ମ ଶମଶେରାରେ ଦେଖିବାକୁ ମିଳିବେ । ଦୀର୍ଘ ଦିନ ଧରି ଏହି ଚଳଚ୍ଚିତ୍ର ବିଷୟରେ କ୍ରମାଗତ ଗୁଜବ ସୃଷ୍ଟି ହୋଇଆସୁଛି । ରଣବୀରଙ୍କ ସହ ଫିଲ୍ମରେ ବାଣୀ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମର ନିର୍ମାତାମାନେ ମଧ୍ୟ ଉଭୟ ଷ୍ଟାରଙ୍କ ଫଟୋ ପ୍ରତିଦିନ ସେୟାର କରିଥାନ୍ତି । ବର୍ତ୍ତମାନ ରଣବୀରଙ୍କ ନୂଆ ଗୀତ ରିଲିଜ ହୋଇଛି । ଗୀତର ନାମ ହେଉଛି ଫିତୁର । ଗୀତରେ ଉଭୟ ପରସ୍ପର ମଧ୍ୟରେ ବୁଡି ରହିଥିବାର ନଜର ଆସିଛନ୍ତି । ଏହି ଗୀତରେ ଅରିଜିତ ସିଂ ଏବଂ ନୀତି ମୋହନ ନିଜ କଣ୍ଠ ଦାନ କରିଛନ୍ତି । ଏହାକୁ ନେଇ ରଣବୀର କହିଛନ୍ତି ଯେ ସେ ମୂଳ କାହାଣୀ ଏବଂ ବିଶେଷ ଭାବରେ ମୂଳ ସଂଗୀତର ଏକ ଅଂଶ ହେବାକୁ ଭଲ ପାଆନ୍ତି । ତେବେ ଏହି ଫିଲ୍ମଟି ୨୨ ଜୁଲାଇ ୨୦୨୨ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍ ହେବ ।

Comments are closed.