ବୁଡିଗଲା ମାଛଧରା ବୋଟ,ଅଳ୍ପକେ ବର୍ତ୍ତୀଲେ ୮ ମତ୍ସ୍ୟଜୀବୀ

0

ପଟ୍ଟାମୁଣ୍ଡାଇ : ମଝି ସମୁଦ୍ରରେ ଅଘଟଣ । ମାଛଧରା ବୋଟ ବୁଡ଼ିଯିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୮ ମତ୍ସ୍ୟଜୀବୀ । ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ । ସାତଭାୟା ନିକଟ ସମୁଦ୍ରରେ ତାରିଣୀ -୨ ବୋଟ୍‌ରେ ପାଣି ପଶିଯିବାରୁ ବୋଟ୍‌ଟି ବୁଡିଯାଇଥିବା ସୂଚନା ମିଳିଛି । ବୋଟରେ ଥିବା ମାଛ ସହ ସମସ୍ତ ଆସବାବପତ୍ର ସମୁଦ୍ରରେ ବୁଡିଯାଇଛି । ବୋଟଟି ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି । ସମୁଦ୍ରକୁ ମାଛ ମାରିବା ପାଇଁ ଆସିଥିବା ବେଳେ ବୋଟରେ ୮ ଜଣ ମତ୍ସ୍ୟଜୀବୀ ଥିଲେ । ବୋଟ ବୁଡିଯିବାରୁ ମତ୍ସ୍ୟଜୀବୀ ମାନେ ପହଁରି ପହଁରି କୂଳକୁ ଚାଲିଆସିଥିଲେ । ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଅଛନ୍ତି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.