ଓଡ଼ିଶାର କାଶ୍ମିର ଦାରିଙ୍ଗିବାଡିରେ ବର୍ଷର ପହିଲୀ ଶୀତର ସ୍ପର୍ଶ

ସମୟ ଲାଇଭ,୬/୧୧: ଓଡ଼ିଶାର କାଶ୍ମିର କୁହାଯାଉଥିବା କନ୍ଧମାଳ ଜିଲ୍ଲାର କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡିରେ ଚଳିତ ବର୍ଷର ପ୍ରଥମ ଶୀତ ଲହରି ଅନୁଭୂତ ହୋଇଛି। ପ୍ରାକୃତିକ ପରିବେଶରେ ଭରପୁର ଏହି ଅଞ୍ଚଳ ଶୀତ ଋତୁ ଆସିଲେ ହିଁ ଏହାର ସୌନ୍ଦର୍ଯ୍ୟ ବହୁଗୁଣିତ ବଢିଯାଏ। ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି ଏହାର ସୈାନ୍ଦର୍ଯ୍ୟକୁ ଉପଭୋଗ କରିବାକୁ। ଏବେ ଦାରିଙ୍ଗିବାଡିରେ ସକାଳୁ ଶୀତଳ ପବନ ବହିବା ଆରମ୍ଭ କଲାଣି ଏବଂ ପାରଦ ତଳକୁ ଖସିବା ସହ ଥଣ୍ଡା ମଧ୍ୟ ଅନୁଭୂତ ସକାଳ ୯ଟା ଯାଏଁ ଘନ କୁହୁଡ଼ିର ଚାଦରତଳେ ଘୋଡେ଼ଇହୋଇ ରହୁଛି ସାରା ଅଞ୍ଚଳ । କାକର ବିନ୍ଦୁରେ ଘାସଗାଲିଚା ଝଲସିବାସହ ମୋତିର ଭ୍ରମ ସୃଷ୍ଟି କରୁଛି କାକର ଟୋପା । ସ୍ଥାନୀୟ ପାର୍କ ଓ ଖେଳ ପଡିଆରେ ଭିଡ଼ ଜମିଲାଣି । ଶୀତରେ ନିଜକୁ ଫିଟ୍ ରଖିବାପାଇଁ ପିଲାଠୁ ବୁଢ଼ା ସମସ୍ତେ ଆରମ୍ଭ କରିଦେଲେଣି ଯୋଗ, ବ୍ୟାୟାମ୍ ଓ ମର୍ଣ୍ଣିଂ ଓ୍ୱାକ୍ । ହେଲାଣି।ଚଳିତ ବର୍ଷ ଯଦି ଭଲ ଶୀତ ଅନୁଭୂତ ହୁଏ ତେବେ ବରଫ ଏଠରେ ବରଫ ପଡିବା ନେଇ ମଧ୍ୟ ପୂର୍ବାନୁମାନ କରାଯାଉଛି।

Launching Ceremony of “AYUSHMAN BHARAT

Comments are closed.