ପ୍ରଥମ ଟି-୨୦ ମ୍ୟାଚ ଦ୍ୱିଲ୍ଲୀରେ ହିଁ ହେବ : ଗାଙ୍ଗୁଲୀ

ସମୟ ଲାଇଭ,୩୧/୧୦: ନଭେମ୍ବରରେ ହେବାକୁ ଥିବା ଭାରତ ବାଂଲାଦେଶ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଦ୍ୱିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ହିଁ ଖେଳାଯିବ ବୋଲି ସ୍ପଷ୍ଟ କରିଛନ୍ତି ବିସିସିଆଇ ସଭାପତି ସୈାରଭ ଗାଙ୍ଗୁଲୀ। ଦିପାବଳୀର ବାଣ ଫୁଟାରେ ଦ୍ୱିଲ୍ଲୀର ବାୟୁମଣ୍ଡଳ ଅଧିକ ମାତ୍ରାରେ ପ୍ରଦୂଷିତ ହୋଇଯାଇଥିଲା ତେଣୁ ଦ୍ୱିଲ୍ଲୀରେ ହେବାକୁ ଥିବା ପ୍ରଥମ ମ୍ୟାଚ ସ୍ଥାନାନ୍ତରିତ ହେବ ବୋଲି ଯେଉଁ କଥା ଉଠୁଥିଲା ତାହା ଉପରେ ଆଜି ଗାଙ୍ଗୁଲୀ ମନ୍ତବ୍ୟ ଦେଇଛନ୍ତି। ମାରାତ୍ମକ ବାୟୁ ପ୍ରଦୂଷିତ ହେବା ସତ୍ୱେ ପୂର୍ବ ନିର୍ଦ୍ଦାରିତ ଖେଳ ସୂଚିରେ କୈାଣସି ପରିବର୍ତ୍ତନ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଗାଙ୍ଗୁଲୀ। ଏହା ପୂର୍ବରୁ ଦ୍ୱିଲ୍ଲୀର ବାୟୁ ପ୍ରଦୁଷଣ ଉପରେ ମନ୍ତବ୍ୟ ଦେଇ ପୂର୍ବତନ କ୍ରିକେଟର ଗୈାତମ ଗମ୍ଭୀର କହିଥିଲେ କି ମ୍ୟାଚ ଆୟୋଜନ କରିବା ଅପେକ୍ଷା ଦ୍ୱିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବା ଅଧିକ ଜରୁରୀ। ଏଭଳି ସ୍ଥଳେ ଦ୍ୱିଲ୍ଲୀରେ ଭାରତ ବାଂଲାଦେଶ ପ୍ରଥମ ମ୍ୟାଚ ହେବ ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି ଦଭାପତି ଗାଙ୍ଗୁଲୀ।

 

Launching Ceremony of “AYUSHMAN BHARAT

Comments are closed.