ଭାରତରେ ଖୁବ୍‌ ଶୀଘ୍ର ଲଞ୍ଚ ହେବ ‘ହାଇବ୍ରିଡ୍‌ ଫ୍ଲାଇଙ୍ଗ କାର୍‌’

ଦିଲ୍ଲୀ: ସେପ୍‌ଯେମ୍ବର ୨୧: ଭାରତରେ ଖୁବ୍‌ ଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ‘ହାଇବ୍ରିଡ୍‌ ପ୍ଲାଇଙ୍ଗ କାର୍‌’ ବା ଉଡ଼ନ୍ତା ଗାଡ଼ି । ଆଜି ଏନେଇ ଭାରତର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁସାରେ, ‘ଭିନାଟା ଏୟାରୋମୋବିଲିଟି’ର ଯୁବ ଟିମ୍‌ ଏହି ବିମାନକୁ ପ୍ରସ୍ତୁତ କରୁଛନ୍ତି । ଯାହା ଏହା ଏସିଆର ପ୍ରଥମ ହାଇବ୍ରିଡ ଫ୍ଲାଇଙ୍ଗ କାର୍‌ ବା ଉଡନ୍ତା ଗାଡ଼ି ହେବ । ଏହାକୁ ଲୋକମାନେ ମାଲ ପରିବହନ, ଚିକିତ୍ସା ସହିତ ଜରୁରୀକାଳୀନ ସେବା କ୍ଷେତ୍ରରେ ବ୍ୟବହାର କରିପାରିବେ ।
ଖବର ଅନୁସାରେ, ବୋଇଙ୍ଗ, ଉବେର ଏବଂ ଏୟାରବସ୍‌ ଆଦି କମ୍ପାନୀଗୁଡିକ ଏବେ ଉଡନ୍ତା ଗାଡ଼ି ମଡେଲ ଉପରେ କାମ କରୁଛନ୍ତି । ଏମ୍‌ଆଇଟି ଟେକ୍ନୋଲୋଜି ଖବର ଅନୁସାରେ, ଆଗାମୀ କିଛି ବର୍ଷ ମଧ୍ୟରେ ଅଟୋମୋବାଇଲ୍‌ ବଜାରରେ ପ୍ରାୟ ୨୦ଟି ଉଡ଼ନ୍ତା ଗାଡ଼ି ଲଞ୍ଚ ହେଇପାରେ । ଉତ୍ତର ଆମେରିକା ଠାରୁ ଆରମ୍ଭ କରି ୟୁରୋପ ଓ ଏସିଆ ପର୍ଯ୍ୟନ୍ତ ଅନେକ କମ୍ପାନୀ ଉଡ଼ନ୍ତା ଗାଡ଼ି କିମ୍ବା ଛୋଟ ଭର୍ଟିକାଲ୍‌ ଟେକ୍‌ ଅଫ୍‌ ଏବଂ ଲ୍ୟାଣ୍ଡିଂ ଯାନ ପ୍ରସ୍ତୁତିରେ ଲାଗିଛନ୍ତି । ସେହିପରି ଆସନ୍ତା ୨୦୩୦ ସୁଦ୍ଧା ଏଥିମଧ୍ୟରୁ ବହୁ କମ୍ପାନୀ ଉଡ଼ନ୍ତା ଯାନ ଏବଂ ଗାଡ଼ି ପ୍ରସ୍ତୁତ କରିସାରିଥିବେ । ଏହିସବୁ ତଥ୍ୟକୁ ଆଧାର କରି ଜଣାପଡୁଛି ଯେ, ଭବିଷ୍ୟତରେ ଉଡ଼ନ୍ତା ଗାଡ଼ି ନିଶ୍ଚିନ୍ତ ଲଞ୍ଚ ହେବ । ହେଲେ କେବେ ଆସିବା ଠିକ ଭାବେ କହି ହେବନି ।
ସୂଚନା ଥାଉେଯେ, ଗତ ଫେବ୍ରୁଆରୀ ମାସରେ ଆମେରିକାର ‘ଫେଡେରାଲ୍‌ ଆଭିଏସନ୍‌ ଆଡମିନିଷ୍ଟ୍ରେସନ (ଏଫ୍‌ଏଏ)’ଏକ ଉଡ଼ନ୍ତା ଗାଡ଼ିର ବ୍ୟବହାରକୁ ମଞ୍ଜୁରୀ ଦେଇଛି । ଯାହା ଆକାଶର ପ୍ରାୟ ୧୦ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡିପାରିବା ସହିତ ସ୍ଥଳ ଭାଗରେ ଗତି ମଧ୍ୟ କରିପାରିବ । ଏହାସହ କମ୍ପାନୀ ଏହିପରି ଅନେକ ଉଡ଼ନ୍ତା ଗାଡ଼ି ପ୍ରସ୍ତୁତ କରିବା ପାଇଁ ଚେଷ୍ଟା ଜାରି ରଖିଛି ।

Govt

Comments are closed.