ମୁଣ୍ଡଳୀରେ ପହଁଚିଲା ପ୍ରଥମ ବନ୍ୟାଜଳ,ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ଭୁବନେଶ୍ୱର : ହୀରାକୁଦ ଜଳଭଣ୍ଡାରକୁ ଜଳସ୍ତର ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଆହୁରି ୪ଟି ଗେଟ୍‌ ଖୋଲାଯାଇଛି । ଗତକାଲି ୧୬ଟି ଗେଟ୍‌ ଖୋଲାଥିବା ବେଳେ ଆଜି ୨୦ଟି ଗେଟ୍‌ ଦେଇ ମହାନଦୀରେ ଜଳ ନିଷ୍କାସନ କରାଯାଉଛି । ଅଧିକ ଗେଟ୍‍ ଖୋଲା ଯାଇଥିବାରୁ ଜଳଭଣ୍ଡାରର ଜଳସ୍ତର ଖସିବାରେ ଲାଗିଛି । ଗତକାଲି ରାତି ୯ଟାରେ ଜଳସ୍ତର ୬୨୯.୪୭ ଫୁଟ ଥିବା ବେଳେ ଆଜି ସନ୍ଧ୍ୟା ୬ଟାରେ ୬୨୮.୯୩ ଫୁଟରେ ପହଞ୍ଚିଛି ।

ଏହି ପାଣି ମୁଣ୍ଡଳିରେ ପହଞ୍ଚିଛି । ଫଳରେ ମହାନଦୀର ତଳିଆ ଅଞ୍ଜଳରେ ବନ୍ୟା ଆଶଙ୍କା ରହିଛି । ସକାଳ ୮ଟା ସୁଦ୍ଧା ହୀରାକୁଦ ଉପର ମୁଣ୍ଡରେ ୫୮ମିମି ବର୍ଷା ରେକର୍ଡ କରାଯାଇଛି । ଆଜି ସନ୍ଧ୍ୟାରେ ଜଳଭଣ୍ଡାରକୁ ହାରାହାରି ୨,୭୮,୯୨୬କ୍ୟୁସେକ୍‍ ଜଳ ପ୍ରବେଶ କରୁଥିବା ବେଳେ ସର୍ବମୋଟ ୩,୬୨,୫୧୭ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା ।
ଶନିବାର ମୁଣ୍ଡଳି ଦେଇ ୭ଲକ୍ଷ ଘନଫୁଟ ବନ୍ୟାଜଳ ପ୍ରତିସେକେଣ୍ଡରେ ପ୍ରବାହିତ ହେବ। ଏହା ତଳମୁଣ୍ଡରେ ବନ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା ରହିଛି। ମାତ୍ର ଜଳସମ୍ପଦ ବିଭାଗ ପକ୍ଷରୁ ବନ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇଛି। କାରଣ ଗତ ୨୪ ଘଣ୍ଟାରେ ହୀରାକୁଦ-ଖଇରମାଳ ଏବଂ ଖଇରମାଳ-ମୁଣ୍ଡଳି ମଧ୍ୟରେ ବିଶେଷ ବର୍ଷା ହୋଇନି।

Launching Ceremony of “AYUSHMAN BHARAT

Comments are closed.