ବାଣଫୁଟା ଜନିତ ଶାରୀରିକ ଆଘାତ ପାଇଁ ଆପାଣାନ୍ତୁ ଏହି ପ୍ରାଥମିକ ଚିକିତ୍ସା

ସମୟ ଲାଇଭ୍‍,୨୫/୧୦: ଦୀପାବଳିରେ ସାଧାରଣ ଭୁଲ୍‍ ମଧ୍ୟ ବଡ଼ ବିପଦ ସୃଷ୍ଟି କରିପାରେ। ଏଣୁ ବିପଦରୁ ବର୍ତ୍ତିବା ପାଇଁ ବାଣଫୁଟାଇବା ସମୟରେ ଆପଣ ଯଥୋଚିତ ସତର୍କତା ଅବଲମ୍ବନ କରନ୍ତୁ। ବାଣ ଫୁଟାଇବା ସମୟରେ ଅଗ୍ନିକାଣ୍ଡ ଯୋଗୁଁ ଶରୀରକୁ ହାନି ପହଞ୍ଚିଥାଏ। ବାଣ ଫୁଟାଇବାରେ ସାମାନ୍ୟ ଅସାବଧାନତା ଫଳରେ ଆପଣଙ୍କ ଚକ୍ଷୁରେ ଆଘାତ ଲାଗିପାରେ। ତେବେ ଚକ୍ଷୁରେ କିମ୍ବା ଶରୀରରେ ପୋଡ଼ା କ୍ଷତ ସୃଷ୍ଟିହେଲେ ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା କରାଇନିଅନ୍ତୁ।
ସାଧାରଣତଃ ଅଧିକ ସମୟ ବାଣ ଆଲୋକକୁ ଚାହିଁଲେ କିମ୍ବା ବାଣର କିଛି କଣିକା ଆଖିରେ ପଡ଼ିଗଲେ ଆଖି କ୍ଷତାକ୍ତ ହୋଇଥାଏ। ସେହିପରି ହାତରେ ଲାଗିଥିବା ବାରୁଦ ଆଖିରେ ସଂସ୍ପର୍ଶରେ ଆସିଲେ ମଧ୍ୟ ଆଖି ପ୍ରଭାବିତ ହୋଇଥାଏ। ଏପରି ହେଲେ ଥଣ୍ଡା ଓ ସଫାପାଣିରେ ଆଖି ଧୋଇଦିଅନ୍ତୁ। ଧ୍ୟାନ ରଖନ୍ତୁ ଆଖିରେ ଆଦୌ ବରଫ ଘଷନ୍ତୁ ନାହିଁ। ସଫା କପଡ଼ାରେ ଆଖି ଘୋଡ଼ାଇ ରଖନ୍ତୁ। ତୁରନ୍ତ ନିକଟବର୍ତ୍ତୀ ଡ଼ାକ୍ତରଖାନାରେ ନେଇ ଅଧିକ ଚିକିତ୍ସା କରାଇନିଅନ୍ତୁ।
ତେବେ ପୋଡ଼ା କ୍ଷତ ପାଇଁ ଆପଣ କେତୋଟି ପ୍ରାଥମିକ ଚିକିତ୍ସା ଆପଣେଇବା ନିହାତି ଜରୁରୀ। ପୋଡ଼ା କ୍ଷତ ବେଶୀ ବଡ଼ ହୋଇ ନଥିଲେ ମଧ୍ୟ କ୍ଷତସ୍ଥାନରେ ବରଫ ଘଷନ୍ତୁ ନାହିଁ। ଏହି ସ୍ଥାନରେ ପୋଷାକ କିମ୍ବା କୌଣସି ଗହଣା ଥବଲେ ତୁରନ୍ତ ବାହାର କରିଦିଅନ୍ତୁ। ତେବେ ରୋଷେଇ ଘରେ ଉପଲବ୍ଧ ଲହୁଣୀ କିମ୍ବା ଟମାଟୋ ଲଗାନ୍ତୁ ନାହିଁ। ଏହାଦ୍ୱାରା କ୍ଷତ ଅଧିକ ଯନ୍ତ୍ରଣା ଦେଇଥାଏ। ତେବେ ଆପଣ ଚାହିଁଲେ ସାମାନ୍ୟ ଘିକୁଆଁରୀ ରସ ପ୍ରୟୋଗ କରିପାରିବେ।
ତେବେ ବଡ଼ ଧରଣ ପୋଡ଼ା କ୍ଷତ ହୋଇଥିଲେ ମଧ୍ୟ ଆପଣ ଅନୁରୂପ ଭାବେ ପ୍ରାଥମିକ ଚିକିତ୍ସା କରିପାରିବେ। ତେବେ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ ନେବା ଆପଣଙ୍କ ପାଇଁ ଉଚିତ୍‍ ହେବ।

Launching Ceremony of “AYUSHMAN BHARAT

Comments are closed.