ରାଉରକେଲା : ଯୁବକଙ୍କୁ ଗୁଳିମାଡ଼ । ସାମାନ୍ୟ ବଚସା ପରେ ୨ ରୁ ୩ ଜଣ ଯୁବକ ଅନ୍ୟ ଏକ ଯୁବକଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି I ରାଉରକେଲା ଟ୍ରାଫିକ ଗେଟ ମାର୍କେଟରେ ଏହି ଗୁଳି କାଣ୍ଡ ଘଟିଛି । ଗୁରୁତର ଯୁବକ ହେଉଛନ୍ତି ଆଭେଦ ରାୟ । ତାଙ୍କୁ ଉଦ୍ଧାର କରାଯାଇ ଆରଜିଏଚ୍ରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକେ ।
ସୂଚନା ଥାଉକି, ସକାଳେ ରାଉରକେଲା ଟ୍ରାଫିକ ଗେଟ୍ ମାର୍କେଟ ନିକଟରେ କୌଣସି କଥାକୁ ନେଇ ୨ରୁ୩ ଜଣ ଯୁବକଙ୍କ ସହ ସଂପୃକ୍ତ ଯୁବକଙ୍କର ବଚସା ହୋଇଥିଲା। ପରେ ଏହି ବଚସା ତୀବ୍ର ରୂପ ନେଇଥିଲା । ଦୁର୍ବୃତ୍ତମାନେ ଯୁବକଙ୍କ ଉପରକୁ ଗୁଳିମାଡ଼ କରି ଫେରାର ମାରିଥିଲେ । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି ଆରଜିଏଚ୍ରେ ଭର୍ତ୍ତି କରିଥିଲେ। ତେବେ କେଉଁ କାରଣରୁ ଗୁଳିମାଡ଼ ହୋଇଛି କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି I ଅନ୍ୟପଟେ ସେପଟେ ଆଭେଦ ରାୟଙ୍କ ନାଁରେ ରହିଛି ଅନେକ ଅପରାଧିକ ମାମଲା । ପୂର୍ବରୁ ଡ଼ବଲ ମର୍ଡର ମାମଲାରେ ଜେଲ ଯାଇ ନିକଟରେ ଜାମିନରେ ଆସିଛି ଆଭେଦ ।

Comments are closed.