ବାତ୍ୟା ସମୟରେ ରିଲ୍ସ କିମ୍ବା ଭିଡିଓ ନକରିବା ପାଇଁ ଅଗ୍ନିଶମ ଡ଼ିଆଇଜିଙ୍କ ପରାମର୍ଶ

0

ଭୁବନେଶ୍ୱର : ବାତ୍ୟା ସମୟରେ ରିଲ୍ସ କିମ୍ବା ଭିଡିଓ ନକରିବା ପାଇଁ ଅଗ୍ନିଶମ ଡ଼ିଆଇଜି ଉମାଶଙ୍କର ଦାଶଙ୍କ ପରାମର୍ଶ । ମୋନ୍ଥାର ମୁକାବିଲା ନିମନ୍ତେ ଦକ୍ଷିଣ ଓଡ଼ିଶା ପାଇଁ ସଜାଗ ଅଛନ୍ତି ୧୨୫ ଟିମ୍‌ । ୩୪୬ ଅଗ୍ନିଶମ କେନ୍ଦ୍ରକୁ ଜଗିଛନ୍ତି କଣ୍ଟ୍ରୋଲ ରୁମ୍‌ । ସହଯୋଗ ପାଇଁ ୧୧୨ ନଂ କୁ କଲ୍‌ କରିବାକୁ ପରାମର୍ଶ । ଭୁବନେଶ୍ୱର ଫାୟାର ଷ୍ଟେସନରୁ କରାଯାଉଛି କଣ୍ଟ୍ରୋଲ । ସେ ଆହୁରି ମଧ୍ୟ କହିଛନ୍ତି , ଏପରି ପରିସ୍ଥିତିରେ ଲୋକମାନେ ନିଜର ସୁରକ୍ଷାକୁ ପ୍ରଥମେ ପ୍ରାଥମିକତା ଦିଅନ୍ତୁ । ଅଧିକ ଉତ୍ସାହିତ ହୋଇ ବିପଦପୂର୍ଣ୍ଣ ସ୍ଥାନକୁ ଯାଇ ରିଲ୍ସ କି ଭିଡିଓ କରନ୍ତୁ ନାହିଁ କି ବିପଦକୁ ଡାକନ୍ତୁ ନାହିଁ । ଏହା ବ୍ୟତୀତ ଯଦି କେହି ପାଣି ଘେରରେ ଫସିଯାଉଛି ବା ଗୃହପାଳିତ ପଶୁ ବିପଦରେ ଅଛନ୍ତି ତେବେ ୧୧୨ ନଂ କୁ କଲ୍‌ କରନ୍ତୁ ।

ସେପଟେ,ବାତ୍ୟା ମୋନ୍ଥା ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇଛି । ଏହା କାକିନାଡ଼ାଠାରୁ ୨୪୦ କିମି ଦୂରରେ ରହିଛି । ଆଜି ସକାଳେ ଭୀଷଣ ବାତ୍ୟାର ପରିଣତ ହୋଇ ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଆଡକୁ ଗତି କରୁଛି । ଘଣ୍ଟାପ୍ରତି ୧୨ କି.ମି. ବେଗରେ ଗତି କରି ଆଜି ସନ୍ଧ୍ୟା ୭ତାରି ରାତି ୧୧ ତା ମଧ୍ୟରେ କାକିନାଡାରେ ଲ୍ୟାଣ୍ଡଫଲ କରି ଏହା ଓଡିଶା ଦେଇ ଛତିଶଗଡ଼ ଅତିକ୍ରମ କରିବାର ସମ୍ଭାବନା ରହିଛି ।’ମୋନ୍ଥା’ ପ୍ରଭାବରେ ପବନ ବେଗ ୯୦ -୧୦୦ କିଲୋମିଟରରୁ ନେଇ ୧୧୦ କିଲୋମିଟର ପର୍ଯ୍ୟନ୍ତ ରହିବ । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିଛି । ୫ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣି ଜାରି କରାଯାଇଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.