ଧୂଆଁମୟରେ ବିତୁଛି ଜମନକିରା ଅଞ୍ଚଳବାସୀଙ୍କ ଦିନ

ଜମନକିରା: ସମ୍ବଲପୁର ଜିଲ୍ଲାରେ ଥିବା ଜମନକିରା ବ୍ଲକର ବିଭିନ୍ନ ସ୍ଥାନରେ ଦେଖାଯାଉଛି ଏବେ ଧୂଆଁ । ଦିନ ହେଉ ଅବା ରାତି ସବୁ ସମୟରେ ଧୂଆଁ । ଘରେ ଧୂଆଁ ପସି ଅଣନିଃଶ୍ୱାସ ହୋଇପଡ଼ୁଛନ୍ତି ଅଞ୍ଚଳବାସୀ । ଖରା ଗରମ ଅସହ୍ୟ ହେଉଥିଲା ବେଳେ ଧୂଆଁ ପାଇଁ ଘରର ତାଟି କବାଟ ଦେବାକୁ ପଡ଼ୁଛି । ଏହିପରି ଭାବେ ଜମନକିରା ଅଞ୍ଚଳବାସୀଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି ।

ସୂଚନା ଅନୁସାରେ, ଜମନକିରାରେ ଏବେ ମହୁଲଫୁଲ ଗୋଟାଇବା ପାଇଁ ଅନେକ ସ୍ଥାନରେ ପତ୍ର ପୋଡି ଦିଆଯାଉଛି । ଫଳରେ ବଣପାହାଡ଼ ସବୁଆଡେ ନିଆଁ ଲାଗି ପରିବେଶ ଧୂଆଁମୟ ହେବା ସହ ପରିବେଶ ଦୂଷିତ ମଧ୍ୟ ହେଉଛି । ସବୁ ସମୟରେ ବନବିଭାଗ ନିଆଁ ଲିଭାଇବା ପାଇଁ ପ୍ରୟାସ କରିଚାଲୁଥିଲେ ହେଁ ସମସ୍ତ ଅଞ୍ଚଳର ନିଆଁପୋଡିକୁ ରୋକିବାର ଅସମ୍ଭବ ହୋଇପଡିଛି । ଏବେ ନିଆଁ ଲାଗି ସମସ୍ତ ଅଞ୍ଚଳ ଧୂଆଁମୟ ହୋଇଉଠୁଥିବା ବେଳେ ଅଞ୍ଚଳବାସୀ ଧୂଆଁରେ ଅଣନିଃଶ୍ୱସ ହୋଇପଡୁଛନ୍ତି ।

ଅନେକ ସମୟରେ ଯାନବାହାନରେ ଯିବା ଆସିବା କରୁଥିବା ବେଳେ ଧୂଆଁମୟ ପରିବେଶ ଯୋଗୁଁ ଯିବା ଆସିବାରେ ମଧ୍ୟ ଅସୁବିଧା ହେଉଛି । ଯଦି ଏମିତି ଲାଗି ରୁହେ ତେବେ ଜମନକିରା ଜଙ୍ଗଲରେ ଜଳି ଯିବାର ଆଶଙ୍କା ମଧ୍ୟ ରହିଛି । ଏହାକୁ ନେଇ ବୁଦ୍ଧିଜୀବୀମାନେ ମତ ରଖିଛନ୍ତିଯେ, ଆମକୁ ବହୁ ସତର୍କ ରହିବା ସହ ଆମକୁ ସାବଧାନ ହେବାକୁ ପଡିବ । ବନବିଭାଗ ଯଦି କୌଣସି ସ୍ଥାନକୁ ପହଁଚି ନପାରୁଛନ୍ତି ତା’ ହେଲେ ନିଆଁ ଲିଭାଇବା ଆମର ମଧ୍ୟ କର୍ତ୍ୟ ବୋଲି ପ୍ରକାଶ କରିଛନ୍ତି ।

Govt

Comments are closed.