ବାତ୍ୟା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ଅଗ୍ନିଶମ ଓ ଜରୁରୀ କାଳୀନ ସେବା – ଅଗ୍ନିଶମ ଡିଜି

0

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ମୋନ୍ଥାକୁ ନେଇ ସଜାଗ ରହିଛନ୍ତି ରାଜ୍ୟ ସରକାର । ଏହା ପ୍ରଭାବରେ ଗଜପତି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏସ୍‌ଆରସିଙ୍କ କାର୍ଯ୍ୟାଳୟରେ ଚାଲିଛି ବୈଠକ । ଏହି ବୈଠକରେ ଉନ୍ନୟନ କମିସନର ,ଏସ୍‌ଆରସି ,ଅଗ୍ନିଶମ ଡିଜିଙ୍କ ସମେତ ସ୍ୱାସ୍ଥ୍ୟ , କୃଷି ,ଜଳ ଓ ଶକ୍ତି ବିଭାଗର ସଚିବ ଉପସ୍ଥିତ ଉପସ୍ଥିତ ଅଛନ୍ତି । ବାତ୍ୟାକୁ କେମିତି ମୁକାବିଲା କରାଯିବ ସେନେଇ ଚାଲିଛି ଆଲୋଚନା ।

ଆଗାମୀ ସମ୍ଭାବ୍ୟ ବାତ୍ୟା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ଅଗ୍ନିଶମ ଓ ଜରୁରୀ କାଳୀନ ସେବା । ଓଡ଼ିଶାରେ ଭୁସ୍କଳନ ବା ଲ୍ୟାଣ୍ଡ ସ୍ଲାଇଡ଼ ହେବା ଗୋଟିଏ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ । ବାତ୍ୟା ଠାରୁ ପ୍ରବଳ ବର୍ଷା ଅଧିକ ସମସ୍ୟା ଆଣିପାରେ ବୋଲି କହିଛନ୍ତି ଅଗ୍ନିଶମ ଡିଜି ।

ସେ କହିଛନ୍ତି ,କଳିଙ୍ଗା ଘାଟି, ମାଲକାନଗିରିର କେତେକ ସ୍ଥାନ, ଥୁଆମୂଳ ରାମପୁରରେ ଏଭଳି ଲ୍ୟାଣ୍ଡ ସ୍ଲାଇଡ଼ ବା ମାଟି ଅତଡା ଖସୁଥିବା ଦେଖାଯାଏ । ସେଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଟିମ । ପାଣିରୁ ଉଦ୍ଧାର ପାଇଁ ବ୍ୟାପକ ଡ଼ଙ୍ଗା ର ବ୍ୟବସ୍ଥା ହୋଇଛି । ବୁଡି ଯାଉଥିବା ଲୋକଙ୍କୁ ଉଦ୍ଧାର ପାଇଁ ଅଭିଜ୍ଞ ଫାୟାର ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ପର୍ଯ୍ୟଟକଙ୍କ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ପୁରୀରେ ୧୦୦ ଲାଇଫଗାର୍ଡ ଅଛନ୍ତି । ସେହିପରି ଗୋପାଳପୁରରେ ମଧ୍ୟ ଲାଇଫଗାର୍ଡ ରହିଛନ୍ତି । ଗଜପତି, ମାଲକାନଗିରି, ବ୍ରହ୍ମପୁର, କୋରାପୁଟ ୧୩୦ ଟି ଟିମ ଯାଇଛି । ବାତ୍ୟାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଟିମ । ଫାୟାର ଫାଇଟିଂ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି ।

ପାଣିପାଗ ସୂଚନାନୁସାରେ, ଆଗାମୀ ୩ ଘଣ୍ଟା ପାଇଁ ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ମଧ୍ୟରେ ଭଦ୍ରକ, ବାଲେଶ୍ୱର,କେନ୍ଦୁଝରକୁ ଚେତାବନୀ ସହ ମୟୁରଭଞ୍ଜ,ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ାକୁ ବିଜୁଳି, ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବୋହିବା ନେଇ ସମ୍ଭାବନା ରହିଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.