ପୁରୀରେ ପ୍ରତିଷ୍ଠା ହେବ କୁଲତା ସମାଜଙ୍କ ପାଇଁ ଧର୍ମଶାଳା, ୩ କୋଟି ଟଙ୍କାର ଜମି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀଠାରେ କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ଏକ ଧର୍ମଶାଳା ନିର୍ମାଣ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ସୁନାମୁହିଁ ମଉଜାଠାରେ ଏକ ଏକର ଜମି ମଞ୍ଜୁର କରିଛନ୍ତି । ଏହାସହ ପ୍ରସ୍ତାବିତ ଧର୍ମଶାଳା ପାଇଁ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ମଧ୍ୟ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ପ୍ରତିବର୍ଷ କୁଲତା ସମାଜର ଲକ୍ଷାଧିକ ଲୋକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିଥାନ୍ତି । ସେମାନଙ୍କ ରହଣି ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମ ନିମନ୍ତେ ଏକ ଧର୍ମଶାଳା ପ୍ରତିଷ୍ଠା ପାଇଁ ଜମି ଯୋଗାଇ ଦେବାକୁ କୁଲତା ସମାଜର ଏକ ପ୍ରତିନିଧି ଦଳ ଗତ ୨୮ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ଏଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏହାଦ୍ୱାରା କୁଲତା ସମାଜର ଜନସାଧାରଣ ପୁରୀରେ ରହିବା ସହିତ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ମଧ୍ୟ କରିପାରିବେ ।

Launching Ceremony of “AYUSHMAN BHARAT

Comments are closed.