ଆରମ୍ଭ ହେଲା ଫିଲ୍ମ ଆନିମଲର ଶୁଟିଂ

ମୁମ୍ବାଇ: ଅପ୍ରେଲ ୨୩: ସନ୍ଦୀପ ରେଡ୍ଡୀ ଓ୍ବାଙ୍ଗାଙ୍କ ମ୍ୟାଗ୍ନମ୍ ଅପସ୍ ଦ୍ବାରା ନିର୍ଦ୍ଦେଶିତ ଆନିମଲର ଶୁଟିଂ ଆଜିଠାରୁ ଆରମ୍ଭ ହୋଇଛି । ଫିଲ୍ମର ଲିଡିଂ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନା ହିମାଚଳ ପ୍ରଦେଶରେ ଫିଲ୍ମର ପ୍ରଥମ ସିଡ୍ୟୁଲ ଆରମ୍ଭ କରିଛନ୍ତି ।ଏହି କ୍ରାଇମ୍ ଏବଂ ଡ୍ରାମାରେ ଅନୀଲ କପୁର ଏବଂ ବବି ଦେଓଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଦର୍ଶକଙ୍କ ମଧ୍ୟରେ ପୂର୍ବରୁ ହିଁ ଆଲୋଚନାର ବିଷୟ ପାଲଟିଛି । ଏହି ଫିଲ୍ମ ୨୦୨୩ ଅଗଷ୍ଟ ୧୧ ତାରିଖରେ ସିନେମା ହଲ୍ରେ ରିଲିଜ୍ କରାଯିବ ।ଆନିମଲର ନିର୍ମାତା ଭୂଷଣ କୁମାର ଏବଂ କୃଷ୍ଣ କୁମାରଙ୍କ ଟି-ସିରିଜ୍, ମୁରାଦ ଖେତାନୀଙ୍କ ସିନେ ଓ୍ବାନ୍ ଷ୍ଟୁଡିଓ ଏବଂ ପ୍ରଣୟ ରେଡ୍ଡୀ ଓ୍ବାଙ୍ଗାଙ୍କ ଭଦ୍ରକାଲୀ ପିକ୍ଚର ଦ୍ବାରା ପ୍ରସ୍ତୁତ କରାଯାଉଛି ।

Launching Ceremony of “AYUSHMAN BHARAT

Comments are closed.