ମାନବିକତା ଆଗ

ପାନମସଲା ଆଡ୍‌କୁ ନେଇ ଅନେକ ସମୟରେ ବିବାଦ ଦେଖିବାକୁ ମିଳିଥାଏ । ଯେଉଁ ଅଭିନେତା ଏହି ଆଡ୍‌ରେ ଅଭିନୟ କରନ୍ତି ସେମାନେ ଟ୍ରୋଲିଂର ଶିକାର ହେଉଥିବା ମଧ୍ୟ ଦେଖିବାକୁ ମିଳିଥାଏ । ତେଣୁ କିଛି ଅଭିନେତା ଏହି ବିଜ୍ଞାପନ କରିବାକୁ ମନା କରିଥିବା ମଧ୍ୟ ଦେଖିବାକୁ ମିଳିଛି । ନିକଟରେ ଅକ୍ଷୟ କୁମାର ଏହି ବିଜ୍ଞାପନ କରିବାକୁ ମନା କରିଥିବାବେଳେ ବର୍ତ୍ତମାନ ଆର୍‌ ମାଧବନ ମଧ୍ୟ ଏହି ପ୍ରୋଜେକ୍ଟ ରୁ ଓହରି ଯାଇଥିବା ଜଣା ପଡିଛି । ପାନମସଲା ବିଜ୍ଞାପନ କରି ସେ ଏହାକୁ ପ୍ରମୋଟ କରିବାକୁ ଚାହୁଁନଥିବା ପ୍ରକାଶ କରିଛନ୍ତି । ପାନମସଲା ଦେହପାଇଁ କ୍ଷତିକାରକ ହୋଇଥିବାରୁ ଏହି ବିଜ୍ଞାପନ କରିବା ଭୁଲ ବୋଲି ମାଧବନ ମତ ଦେଇଛନ୍ତି । ସେ ଆହୁରି କହିଛନ୍ତି କି କୌଣସି ଲୋକଙ୍କର ଜୀବନ ସହିତ ଖେଳିବାକୁ ଚାହାନ୍ତି ନାହିଁ, ତେଣୁ ସେ ଏଭଳି ବିଜ୍ଞାପନ କରିବେ ନାହିଁ । ନିକଟରେ ମାଧବନଙ୍କୁ ଫିଲ୍ମ ଶୈତାନରେ ଦେଖିବାକୁ ମିଳିଥିଲା । ଆଗକୁ ମଧ୍ୟ ତାଙ୍କର କିଛି ଅପକମିଂ ପ୍ରୋଜେକ୍ଟ ଲାଇନ୍‌ରେ ରହିଛି । ଏହି ତାଲିକାରେ , ‘ଦେ ଦେ ପ୍ୟାର ଦେ ୨’, ‘ଧୁରନ୍ଧର’, ‘ଶଙ୍କରନ୍‌’ ଆଦି ଫିଲ୍ମ ସାମିଲ ରହିଛି ।

Govt

Comments are closed.