ନିକଟରେ ହେମା କମିଟି ରିପୋର୍ଟକୁ ନେଇ ମଲାୟଲମ ଇଣ୍ଡଷ୍ଟ୍ରୀରେ ଆଲୋଚନା ଜାରି ରହିଛି । ଏହି ରିପୋର୍ଟ ଜରିଆରେ ଏଠାରେ ହେଉଥିବା ସେକ୍ସୁଆଲ ହାରାସ୍ମେଣ୍ଟ ଓ କାଷ୍ଟିଂ କାଉଚର ମାମଲା ସାମନାକୁ ଆସିଛି । ତେବେ ଏହି ରିପୋର୍ଟ ଆସିବା ପରେ ବି ଟାଉନ୍ରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନିକଟରେ ତନୁଶ୍ରୀ ଦତ୍ତ ଏହି ରିପୋର୍ଟ ନେଇ ଏକ ସାକ୍ଷାତକାରରେ ମତ ଦେଇଛନ୍ତି । ୨୦୧୮ରେ ତନୁଶ୍ରୀ ମି- ଠୁ ଅଭିଯାନରେ ନାନା ପାଟେକରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଏହା ପରଠାରୁ ସେ ନିଜ ଅଭିଯୋଗ ସମ୍ପର୍କରେ ଅନେକ ସମୟରେ କଥା ହୋଇଥାଆନ୍ତି । ବି ଟାଉନ୍ରେ ମଧ୍ୟ ଏଭଳି ଏକ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ତନୁଶ୍ରୀ ଦାବି କରିଛନ୍ତି । ନାନା ପାଟେକରଙ୍କ ଭଳି ଲୋକ ବି ଟାଉନ୍ ପାଇଁ ଖୁବ ବିପଦ ବୋଲି ସେ ମତ ଦେଇଛନ୍ତି । ସେହିଭଳି ଏଭଳି ରିପୋର୍ଟକୁ ଖୁବ ଜଲଦି ସର୍ବ ସମ୍ମୁଖକୁ ଆଣିବାର ଆବଶ୍ୟକତା ରହିଛି । ଏଥିରେ ଡେରି ହେଲେ ରିପୋର୍ଟ ଭୁଲ ଆସିବାର ଭୟ ରହିଛି । ତେବେ ଏହି ସମୟରେ ତନୁଶ୍ରୀ ନାନା ପାଟେକରକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ନାନା ପାଟେକରଙ୍କ ଭଳି ଲୋକ କାହାକୁ ହତ୍ୟା କରିବାକୁ ମଧ୍ୟ ପଛେଇବେ ନାହିଁ ବୋଲି ତନୁଶ୍ରୀ ମତ ଦେଇଛନ୍ତି । ମି ଠୁ ଅଭିଯାନ ସମୟରେ ଏବଂ ଏହା ପରେ ଅନେକଙ୍କୁ ଖୁବ ନିର୍ଯ୍ୟାତନା ମିଳିଛି । ଯାହା ଡରରେ ଅନେକ ମୁହଁ ଖୋଲି ନାହାନ୍ତି ।

Comments are closed.