ରାଜ୍ୟରେ ବଢୁଛି ହାତୀ-ମଣିଷ ଲଢେଇ: ଗୋଟିଏ ବର୍ଷରେ ମରିଛନ୍ତି ୧୧୪ ହାତୀ, ୯୭ ଲୋକ

ଭୁବନେଶ୍ୱର : ରାଜ୍ୟରେ ବଢୁଛି ହାତୀ-ମଣିଷ ଲଢେଇ । ଏହି ଲଢେଇରେ ଗୋଟିଏ ବର୍ଷରେ ମରିଛନ୍ତି ୧୧୪ ହାତୀ, ଜୀବନ ହରାଇଛନ୍ତି ୯୭ ଜଣ ଲୋକ । ୱାଇଲ୍‌ଡ ଲାଇଫ ସୋସାଇଟି ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଏହା ଜଣାପଡିଛି । ମାର୍ଚ୍ଚ ୨୦୨୧ରୁ ୨୦୨୨ ଜାନୁଆରୀ ୧୮ ତାରିଖ ଭିତରେ ଘଟିଥିବା ହାତୀ-ମଣିଷ ଲଢେଇ ଘଟଣାକୁ ଆଧାର କରି ଏହି ତଥ୍ୟ ପ୍ରଦାନ କରିଛି ସୋସାଇଟି । ସେହିଭଳି ୨୦୧୪ରୁ ୨୨ ଫେବୃଆରୀ ସୁଦ୍ଧା ଏମିତି ଲଢେଇରେ ୬୧୪ଟି ହାତୀଙ୍କର ମୃତୁ୍ୟ ହୋଇଥିବା ବେଳେ ୭୩୦ ଜଣ ଲୋକଙ୍କ ମୃତୁ୍ୟ ହୋଇଥିବା କୁହାଯାଇଛି । ୧୯୧ଟି ହାତୀଙ୍କ ଅପ୍ରାକୃତିକ ଭାବେ ମୃତୁ୍ୟ ହୋଇଥିବା ବେଳେ ବିଦ୍ୟୁତ ଆଘାତରେ ମରିଛନ୍ତି ୯୧ । ସେହିଭଳି ଶିକାରୀଙ୍କ ଦ୍ୱାରା ୭୮ଟି, ରାସ୍ତା ଦୁର୍ଘଟଣାରେ ୨୪ଟି ହାତୀଙ୍କ ମୃତୁ୍ୟ ହୋଇଥିବା ବେଳେ ୧୪୪ଟି ହାତୀ ମୃତୁ୍ୟର କାରଣ ଜଣାପଡିନାହିଁ ।

ବ୍ୟାପକ ଜଙ୍ଗଲ କ୍ଷୟ, ହାତୀ ମଣିଷ ଲଢେଇର ପ୍ରମୁଖ କାରଣ ବୋଲି କୁହାଯାଉଛି । ଜଙ୍ଗଲ କ୍ଷୟ ହେବାରୁ ହାତୀ ଖାଦ୍ୟ ଅନେ୍ୱଷଣରେ ଗାଁ ମୁହାଁ ହେଉଛନ୍ତି । ବାସ ଓ ଫସଲକୁ ସୁରକ୍ଷା ଦେବାକୁ ଯାଇ ହାତୀ-ମଣିଷଙ୍କ ମଧ୍ୟରେ ଲଢେଇ ହେଉଛି ।
ରାଜ୍ୟରେ ବଢୁଛି ହାତୀ-ମଣିଷ ଲଢେଇ: ଗୋଟିଏ ବର୍ଷରେ ମରିଛନ୍ତି ୧୧୪ ହାତୀ, ୯୭ ଲୋକ
ଆଉ ଏହାର ଫାଇଦା ଉଠାଉଛନ୍ତି ଶିକାରୀ । ହାତୀ ଶିକାର କରି ସେମାନଙ୍କ ଦାନ୍ତ ଓ ହାଡ଼କୁ ଶିକାରୀଙ୍କୁ ବିକ୍ରି କରୁଛନ୍ତି । ବନବିଭାଗର ଅପାରଗତା ଯୋଗୁଁ ରାଜ୍ୟରେ ଏଭଳି ଘଟଣା ବଢିଚାଲିଥିବା ବନ୍ୟପ୍ରାଣୀ ଗବେଷକ ବିଶ୍ୱଜିତ୍‌ ମହାନ୍ତି କହିଛନ୍ତି ।

ତେବେ ହାତୀ ମୃତୁ୍ୟକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଅପ୍ରାକୃତିକ ହାତୀ ମୃତୁ୍ୟ ଘଟଣାର ସଠିକ୍‌ ତଦନ୍ତ ହେଉନାହିଁ, ତେଣୁ ମୃତୁ୍ୟ ସଂଖ୍ୟା ବଢୁଛି କି ବୋଲି କୁହାଯାଉଛି । ଜଙ୍ଗଲ ବିଭାଗ ହାତୀ ସୁରକ୍ଷା ପାଇଁ ଯେତିକି ପଦକ୍ଷେପ ନେବା କଥା ସେତିକି ହେଉନାହିଁ । ପର୍ଯ୍ୟଟନର ଉନ୍ନତି କ୍ଷେତ୍ରରେ ଜଙ୍ଗଲ ବିଭାଗ ଗୁରୁତ୍ୱ ଦେଉଥିବା ବେଳେ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ କାମ କମ୍‌ କରୁଥିବା ଅଭିଯୋଗ ହୋଇଛି ।

Launching Ceremony of “AYUSHMAN BHARAT

Comments are closed.