ମୁମ୍ବାଇ : ୧୭ ବର୍ଷରୁ କମ ମହିଳା ଫିଫା ବିଶ୍ୱକପ୍ର ତୃତୀୟ ଭେନୁ୍ୟ ମୁମ୍ବାଇର ଡି ୱାଇ ପାଟିଲ ଷ୍ଟାଡିୟମ୍ରେ ବୁଧବାର ମୁକାବିଲା ଆରମ୍ଭ ହୋଇଛି । ପୁଲ୍ ସି’ର ଉଦ୍ଘାଟନୀ ମ୍ୟାଚରେ ଚୀନ୍ ୨-୧ ଗୋଲ୍ରେ ମେକ୍ସିକୋକୁ ଧରାଶାୟୀ କରି ଅଭିଯାନ ଆରମ୍ଭ କରିଛି ।

ମ୍ୟାଚ୍ ଆରମ୍ଭରୁ ଚୀନ୍ ଆଧିପତ୍ୟ ବିସ୍ତାର କରିଥିଲା । କି;ୁ ମୁକାବିଲା ଏତେ ତୀବ୍ର ଥିଲା ଯେ, ପ୍ରଥମାର୍ଦ୍ଧ ଗୋଲ୍ଶୂନ୍ୟ ରହିଥିଲା । ମ୍ୟାଚର ୧୮ ଓ ୩୪ତମ ମିନିଟ୍ରେ ବିଶୃଙ୍ଖଳିତ ଆଚରଣ ପାଇଁ ଚୀନ୍ର ଲୁ ଜିଆଇୟୁ ଏବଂ ହୁଆଙ୍ଗ ଜିଆଜିନ୍ଙ୍କୁ ରେଫରୀ ହଳଦିଆ କାର୍ଡ ଦେଖାଇଥିଲେ । ପ୍ରଥମାର୍ଦ୍ଧ ବିରତି ପରେ ଚୀନ୍ ଦୁଇଟି ଗୋଲ୍ ଓ ମେକ୍ସିକୋ ଅତିରିକ୍ତ ସମୟରେ ଗୋଟିଏ ଗୋଲ୍ କରିଥିଲା । ୪୯ତମ ମିନିଟ୍ରେ କୁ୍ୟଆଓ ରୁଇକି ଚୀନ୍ ପାଇଁ ପ୍ରଥମ ଗୋଲ୍ କରିଥିଲେ । ମ୍ୟାଚର ୬୩ତମ ଓ ୮୦ତମ ମିନିଟ୍ରେ ମେକ୍ସିକୋର ଜୁଲି ଲୋପେଜ୍ ଓ ଲଏଲା ସିର୍ଦ୍ଧାଙ୍କୁ ରେଫରୀ ଚେତାବନୀ ଦେବା ସହ ହଳଦିଆ କାର୍ଡ ଦେଖାଇଥିଲେ ।

ପୁଣି ୯୦ତମ ମିନିଟ୍ରେ ଦୁଇଟି ପରିବର୍ତ୍ତନ ସହ ଅଧିକ ଆକ୍ରାମକ ଖେଳିଥିଲା ଚୀନ । ୟୁ ଜିଆଙ୍ଗୟୁ ଗୋଲ୍ସ୍କୋର କରି ବ୍ୟବଧାନକୁ ୨-୦ କରିଥିଲେ । ଅତିରିକ୍ତ ସମୟ ଖେଳରେ ମେକ୍ସିକୋର କାଥେରିନ୍ ଜୁୟାର୍ଡୋ (୯୩) ଗୋଲ୍ସ୍କୋର କରି ବ୍ୟବଧାନକୁ ୧-୨କୁ କମାଇଥିଲେ । ରେଫରୀଙ୍କ ଫାଇନାଲ ହ୍ୱିସିଲ ପରେ ଚୀନ୍ ୨-୧ ବ୍ୟବଧାନରେ ବାଜିମାତ କରି ଅଭିଯାନ ଆରମ୍ଭ କରିଛି ।

Comments are closed.