କଳିଙ୍ଗ ଷ୍ଟାଡିୟମରେ ଫିଫା ବିଶ୍ୱକପ୍‌

ଭୁବନେଶ୍ୱର: ଓଡ଼ିଶା ଫୁଟବଲ୍‌ ଜଗତକୁ ମିଳିଛି ବଡ଼ ଖୁସି ଖବର । ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପର ତିନିଟି ମ୍ୟାଚ୍‌ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଏ ସମସ୍ତ ଗ୍ରୁପ୍‌ ମ୍ୟାଚ୍‌ ଆୟୋଜକ ଭାରତ ଖେଳିବ । ମ୍ୟାଚଗୁଡ଼ିକ ଅକେଫାବର ୧୧, ୧୪ ଏବଂ ୧୭ ତାରିଖରେ ଖେଳାଯିବ ।

ଓଡ଼ିଶା ପୂର୍ବରୁ ସଫଳତାର ସହ କନିଷ୍ଠ ଓ ବରିଷ୍ଠ ହକି ବିଶ୍ୱକପ୍‌ ସହ ଆଇଏସ୍‌ଏଲ୍‌, ଆଇ-ଲିଗ୍‌, ଇଣ୍ଡିଆନ୍‌ ସୁପର କପ୍‌ ଓ ଭାରତୀୟ ମହିଳା ଲିଗ୍‌ ଫୁଟବଲ୍‌ ଭଳି ପ୍ରତିଯୋଗିତାର ସଫଳ ଆୟୋଜକ ହୋଇସାରିଛି । ଓଡ଼ିଶାକୁ ଭାରତ ମ୍ୟାଚ୍‌ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ଜାହିର କରିଛନ୍ତ । ଏକ ପ୍ରେସ୍‌ ବାର୍ତ୍ତାରେ ସେ କହିଛନ୍ତି ଯେ କଳିଙ୍ଗ ଷ୍ଟାଡିୟମ୍‌ ଆସନ୍ତା ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ୍‌ ବିଶ୍ୱକପରେ ଭାରତର ମ୍ୟାଚଗୁଡ଼ିକ ଆୟୋଜନ କରୁଥିବା ଜାଣି ଅତ୍ୟନ୍ତ ଆନନ୍ଦିତ ଏବଂ ଉଲ୍ଲସିତ । ଓଡ଼ିଶା ଭାରତୀୟ ଦଳକୁ ଆତିଥେୟତା ହେବାକୁ ପ୍ରସ୍ତୁତ ଅଛି । ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ ପରେ ଓଡ଼ିଶା ତାର ସ୍ୱର୍ଣ୍ଣିମ କ୍ରୀଡ଼ା ଇତିହାସରେ ସଫଳତାର ଆଉ ଏକ ଫର୍ଦ୍ଦ ଯୋଡ଼ିବ ।

କଳିଙ୍ଗ ଷ୍ଟାଡିୟମରେ ଫିଫା ବିଶ୍ୱକପ୍‌

ଅନ୍ୟପକ୍ଷରେ ଗୋଆରେ ଉଭୟ ସେମିଫାଇନାଲ୍‌ ଖେଳାଯିବାକୁ ଥିଲା ବେଳେ ମେଗା ଫାଇନାଲ୍‌ ଅକେଫାବର ୩୦ ତାରିଖରେ ନବୀ ମୁମ୍ବାଇଠାରେ ଆୟୋଜିତ ହେବ । ସଂପୂର୍ଣ୍ଣ ପ୍ରତିଯୋଗିତା ଭୁବନେଶ୍ୱର, ଗୋଆ ଏବଂ ନବୀ ମୁମ୍ବାଇ ଭଳି ତିନିଟି ସ୍ଥାନରେ ହିଁ ଖେଳାଯିବ । ଏଥରର ବିଶ୍ୱକପରେ ମୋଟ ୨୪ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ ଏବଂ ଏଗୁଡ଼ିକ ଅକେଫାବର ୧୮ ତାରିଖରେ ଶେଷ ହେବ । ସେହିଭଳି କ୍ୱାର୍ଟର ଫାଇନାଲ୍‌ ପର୍ଯ୍ୟାୟ ଅକେଫାବର ୨୧ ଓ ୨୨ ତାରିଖରେ ଖେଳାଯିବ । ସେମିଫାଇନାଲ୍‌ ଅକେଫାବର ୨୬ ଏବଂ ୩ ଦିନ ପରେ ଉଭୟ ତୃତୀୟ ଏବଂ ଚତୁର୍ଥ ସ୍ଥାନ ମ୍ୟାଚ୍‌ ସହ ଫାଇନାଲ୍‌ ଖେଳାଯିବ । ସୂଚନାଯୋଗ୍ୟ ଯେ ଆୟୋଜକ ଭାବେ ଭାରତ ପ୍ରଥମ ଥର ଲାଗି ଏହି ଫୁଟବଲ୍‌ ମହାକୁମ୍ଭରେ ଅଂଶଗ୍ରହଣ କରିବ । ଏଥିରେ ୧୬ଟି ଦଳ ଅଂଶଗ୍ରହଣ କରିବେ । ଭାରତ ‘ଏ’ ଗ୍ରୁପରେ ଜାପାନ, ସ୍ପେନ୍‌ ଓ ଜର୍ମାନୀ ସହ ସ୍ଥାନ ପାଇଛି ।

ଅଂଶଗ୍ରହଣକାରୀ ଦଳ: ଭାରତ, ଜାପାନ, ସ୍ପେନ୍‌, ଜର୍ମାନୀ, ମେକ୍ସିକୋ, କାନାଡା, ବ୍ରାଜିଲ, ନୁ୍ୟଜିଲାଣ୍ଡ, ଆମେରିକା, ନାଇଜେରିଆ, ଫ୍ରାନ୍ସ, ଚୀନ, କଲମ୍ବିଆ, ଚିଲି, ମରେMା, ତାଞ୍ଜାନିଆ ।

Govt

Comments are closed.